ବ୍ରହ୍ମପୁର(ଓବି ନ୍ୟୁଜ) : ସୂଚନା ଅଧିକାର ଆଇନ ସଂଶୋଧନ ୨୦୧୯କୁ ବିଭିନ୍ନ ସଂଗଠନ ବିଶେଷ କରି ସୂଚନା ଅଧିକାରୀ କର୍ମୀଙ୍କ ପକ୍ଷରୁ ବିରୋଧ କରିବା ସହ ତାହା ବିରୋଧରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥି ପାଇଁ ଆଜି ବ୍ରହ୍ମପୁର ଠାରେ ମାନବ ଅଧିକାର ସୁରକ୍ଷା ମଂଚ ଓ ସୂଚନା ଅଧିକାର ମିଳିତ ମଂଚ ପକ୍ଷରୁ ଖଲିକୋଟ କଲେଜ ନିକଟରେ ଏକ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲ । ମଂଚର କର୍ମକର୍ତାମାନେ ଘଂଟ ପିଟି ସଂଶୋଧନ ନୁହେଁ ସୂଚନା ଦରକାର ବୋଲି ସ୍ଲୋଗାନ ଦେବା ସହ କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପକୁ ସମାଲୋଚନା କରିଥିଲେ । ଏହି ଅବସରେ ଅବନୀ ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଇଂ. ରାଜା ସୁରେଶ, ମାଗୁଣୀ ନାହାକ, ଗୁରୁଚରଣ ପାତ୍ର, କିଶୋର ପାତ୍ର, ଲକ୍ଷ୍ମଣ ସାହୁ, ରବିନ୍ଦ୍ର କୁମାର ନାୟକ, ଲକ୍ଷ୍ମୀ ନାରାୟଣ ରାଉତ, ଶଙ୍କର ସାହୁ, ରବି ନାରାୟଣ ସାବତ ଉପସ୍ଥିତ ଥିଲେ ।