ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା

0
32

ବ୍ରହ୍ମପୁର(ଓବି ନ୍ୟୁଜ) : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ବ୍ରହ୍ମପୁର ସହରର ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେହିପରି ଅଶୋକ ନଗର ଠାରେ ଯୁବକ ସଂଘ ପକ୍ଷରୁ ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଏକ ବିରାଟ ପଟୁଆରରେ ସଂଘର ସଦସ୍ୟ ଓ ସାହି ବାସିନ୍ଦା ପାଛୋଟି ସଭା ସ୍ଥଳକୁ ଆଣିଥିଲେ । ଏହା ପରେ ଫୁଲତୋଡ଼ା ଓ ଉପଢୌକନ ଦେଇ ଉଭୟ ନେତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁରର ୫ଥରର ବିଧାୟକ ତଥା ବର୍ଷିୟାନ୍ ରାଜନେତା ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅଂଚଳର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ବିଜେଡ଼ି ନେତା ସୁଧୀର ରାଉତ, ପୂର୍ବତନ କର୍ପୋରେଟର ଦଣ୍ଡପାଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ସହର ସମେତ ଅଂଚଳର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ଉଭୟ ନେତା କହିଥିଲେ ।

LEAVE A REPLY

Please enter your comment!
Please enter your name here