ବସୁଧା ଯୋଜନାରେ ୧୬ଟି ଗ୍ରାମକୁ ପାନୀୟ ଜଳ ଯୋଗାଇବା ନେଇ ଛତ୍ରପୁର ବିଧାୟକ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କଲେ

0
236

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ଅଧିନସ୍ଥ ୬ଟି ଗ୍ରାମପଂଚାୟତର ୧୬ଟି ଗ୍ରାମକୁ ଓଡ଼ିଶା ସରକାରଙ୍କ ବସୁଧା ଯୋଜନାରେ ସାମିଲ୍ କରି ଉକ୍ତ ଗ୍ରାମ ଗୁଡ଼ିକରେ ପାନୀୟ ଜଳ ସମସ୍ୟା ଦୂର କରିବା ନିମନ୍ତେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିକଟରେ ଦାବି ଜଣାଇବା ସହ ଚିଠି ପ୍ରଦାନ କରିଛନ୍ତି ।
ସେହି ଗ୍ରାମଗୁଡ଼ିକ ହେଲା ମଲ୍ଲଡ଼ ଗ୍ରାମପଂଚାୟତର ବରଦା, ରାଉଳିବନ୍ଧ, ଚୈତନ୍ୟପୁର, ସୁବଳୟା ଗ୍ରାମପଂଚାୟତର ଡିଏନଟି କଲୋନୀ, ସନ୍ତୋଷପୁର ଗ୍ରାମପଂଚାୟତର ସାତୁଳି, କାର୍ତିକ ଢିହ, କୁଞ୍ଜିଢେପ, ଲାଉପୁଟୁ ଓ ସାନଗୋପାଳପୁର ।
ସେହିପରି କାଇଁଚପୁର ଗ୍ରାମପଂଚାୟତର ଝାଡ଼କୁଦ ଓ ମାଳିଜଗନ୍ନାଥପୁର, ୟୁଡିଏସପୁର ଗ୍ରାମପଂଚାୟତର ନନ୍ଦନନ୍ଦନାପଲ୍ଲୀ, ବେଣିଘଉରି, ବାଳସିଙ୍ଗପଲ୍ଲୀ, ଖଟିଆରାମଚନ୍ଦ୍ରପୁର ଏବଂ ସାନରାମଚନ୍ଦ୍ରପୁର ପଂଚାୟତର ପଣଢ଼ିହ ଗ୍ରାମ ଗୁଡ଼ିକ ରହିଛି । ଏହା ପୂର୍ବରୁ ବସୁଧା ଯୋଜନାରେ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମକୁ ସାମିଲ୍ କରାଯାଇଅଛି । ଏହି ୧୬ଟି ଗ୍ରାମକୁ ସାମିଲ୍ କରାଗଲେ ଗଞ୍ଜାମ ବ୍ଲକର ୭୧ଟି ଗ୍ର୍ରାମର ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିବ ।

LEAVE A REPLY

Please enter your comment!
Please enter your name here