ଛତ୍ରପୁର ବ୍ଲକର ପାଇଖାନା ନିର୍ମାଣ ନେଇ ବିଭିନ୍ନ ଗ୍ରାମ ପରିଦର୍ଶନ କଲେଜ ଖଲିକୋଟ ବ୍ଲକର ଦୁଇ ପ୍ରତିନିଧି ଦଳ

0
159

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା) : ଛତ୍ରପୁର ବ୍ଲକର ୮ଗୋଟି ପଂଚାୟତ ବୁଲି ପାଇଖାନା ଓ ପରିମଳ ବ୍ୟବସ୍ଥା ତଦାରଖ କଲେ ଖଲିକୋଟ ବ୍ଲକର ଦୁଇଟି ପ୍ରତନିଧି ମଣ୍ଡଳୀ । ଗତ ଦୁଇ ଦିନ ଧରି ଛତ୍ରପୁର ବ୍ଲକର ଚିକଲଖଣ୍ଡି, ବିପୁଳିଙ୍ଗି, ମହାନାଦପୁର, ବଉଳଗାଁ ସମେତ ୮ଟି ପଂଚାୟତ ବୁଲି ଖଲିକୋଟ ବ୍ଲକର ୨ଟି ପ୍ରତିନିଧି ଦଳ ବାହ୍ୟ ମଳମୁକ୍ତ ପଂଚାୟତ ତଦାରଖ କରିବା ନେଇ ପଂଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ପ୍ରତ୍ୟେକ ଘରକୁ ଘର ବୁଲି ପାଇଖାନା ନିର୍ମାଣ ହୋଇଛି କି ନାହିଁ ତାହା ଦେଖିବା ସହ ଯଦି ହୋଇଛି ତାର ବ୍ୟବହାର ହେଉଛି କି ନାହିଁ ମଧ୍ୟ ତନଖି ଦେଖିଥିଲେ ।
ସେହିଭଳି ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ଭିତରେ ପରିମଳ ଓ ପାଇଖାନାର ବ୍ୟବହାର ତଦାରଖ କରି ସନ୍ତୋଷବ୍ୟକ୍ତ କରିଥିଲେ । ଶେଷରେ ଛତ୍ରପୁର ବ୍ଲକର ୪୨ଟି ଗ୍ରାମକୁ ବାହ୍ୟମଳମୁକ୍ତ ଗ୍ରାମ ରୂପେ ଘୋଷଣା କରିବାକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସୁପାରିଶ କରିଥିଲେ ।

ଏହି ପ୍ରତିନିଧି ଦଳରେ ଖଲିକୋଟ ବ୍ଲକର ଡ଼ିମିରିଆ ସରପଂଚ ମନୋଜ ଗୌଡ଼, କଇରାଶି ସରପଂଚ ପ୍ରଫୁଲ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଏସ. ଭିମା ରାଓ, ବିଏଲସି ନରେନ୍ଦ୍ର ତ୍ରିପାଠୀ, ଏମ.ବି.କେ ମାଧୁରୀ ସାହୁ, ଭାନୁମତି ରାଜଗୁରୁ, ସୁନିତା ପ୍ରଦାନ, ସାଗରିକା ନାହାକ ଏବଂ ଛତ୍ରପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢି, ମଳୟ କୁମାର ନାୟକ ଓ ବିଆରସି ରଶ୍ମିକାନ୍ତ ନାୟକ ପ୍ରମୁଖ ସାମିଲ୍ ଥିଲେ ।
ଏହି ତଦାରଖ ବେଳେ ଦୁଇଟି ଟିମ୍ ମହାନାଦପୁର ସରପଂଚ ରୁନିତା ବେହେରା, ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ବିପୁଳିଙ୍ଗି ସମିତି ସଭ୍ୟ ଜୟଦେବ ଲେଙ୍କା, ମହାନାଦପୁର ମହିଳା ସଂଘ ସଭାପତି ସକୁନ୍ତଳା ପାତ୍ର, ବିପୁଳିଙ୍ଗି ମହିଳା ସଂଘ ସଭାପତି ଜି. ଲକ୍ଷ୍ମୀ ରେଡ୍ଡିଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here