ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବୃକ୍ଷରୋପଣ

0
89

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରୋ) : ଗଞ୍ଜାମ:ଏହି ବ୍ଲକ୍ ଅନ୍ତର୍ଗତ ତାରିଣୀ ପଲ୍ଲୀ ଠାରେ ଅଂଚଳ ର ଅଗ୍ରଣୀ ଯୁବ ସଙ୍ଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷ ରୁ ବୃକ୍ଷ ରୋପଣ କରାଯାଇଛି। ଶ୍ରୀ ମୁକ୍ତେଶ୍ଵର ମନ୍ଦିର ପରିସର, ପୋଖରୀ ହୁଡା ଓ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ କିସମ ର ଏକଶହ ଟି ଚାରା ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଶ୍ରୀ ଡ଼ି ଦେବହରି ରେଡି,କୋଷାଧକ୍ଷ ଶ୍ରୀ ମୋଚିରାମ ବେହେରା ଓ ନେହୁରୁ ଯୁବ କେନ୍ଦ୍ର ପୂର୍ବତନ ଜାତୀୟ ସ୍ବେଛାସେବୀ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ ଙ୍କ ଉଦ୍ୟମ ରେ ବୃକ୍ଷରୋପଣ କରାଯାଇଛି। ଏହି କାର‌୍ୟ୍ୟକ୍ରମ ରେ ଭାରତୀୟ ସେନା ବାହିନୀ ର ଯବାନ ଶ୍ରୀ ପ୍ରଫୁଲ କୁମାର ମହାପାତ୍ର, ସିକ୍ଷାବିତ୍ ରବୀନ୍ଦ୍ର ଗୋୖଡ଼, ସୀମା ସୁରକ୍ଷା ବଳ ର ଯବାନ ଡି ପବିତ୍ର କୁମାର ରେଡି, ସମୁଦ୍ର ତଟ ବାହିନୀ ଯବାନ କାଳିଆ ବେହେରା, ତାରିଣୀ ପଲ୍ଲୀ ଗ୍ରାମ୍ୟ ଉର୍ନୟନ କମିଟି ଉପଦେଷ୍ଟା ଶ୍ରୀ ଡି ନରହରି ରେଡିଓ କ୍ଲବ ସଭାପତି ଚୈତନ୍ୟ ରେଡି ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବା ସହ ଉତ୍ସାହିତ କରିଥିଲେ। ୟୁଥ୍ ଫର୍ ଭିଲେଜ୍ ସଦସ୍ୟ ଅଶୋକ ବେହେରା, କବିରାଜ ରେଡି, ପ୍ରଦୀପ ମହାପାତ୍ର, ଏ କିଶୋର ରେଡି, ଆର. ଗଣେଶ ରେଡି, ବି ଦେବାଶିଷ, ୟୁ. ସୁଶାନ୍ତ, ବି. ସାକିଲୀ, ରାଜା ମହାପାତ୍ର ଓ ବି ଟୁକୁନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here