ସମୁଦ୍ର ମଝିରେ ଜାହାଜ ଭିତରେ ଫଶି ରହିଛନ୍ତି ଓଡ଼ିଆ ଯୁବ ଇଂଜିନିୟର

0
51

ବ୍ରହ୍ମପୁର (ଓବି ନ୍ୟୁଜ): ସମୁଦ୍ର ଭିତରେ ଜାହାଜରେ ଫଶି ରହିଛନ୍ତି ବ୍ରହ୍ମପୁରର ଓଡ଼ିଆ ଯୁବ ଇଂଜିନିୟର ଶିବାଶିଷ ନାୟକ । ଜାପାନର ଏକ କମ୍ପାନୀରେ କାମ କରୁଥିଲେ ସେ । ଗତ ୪ ତାରିଖ ଦିନ େ‘ରିଥାନ୍ତେ ସେ ଭାରତ । ହେଲେ ଅନେକ ଯାତ୍ରୀଙ୍କୁ ନେଇ ଆସୁଥିବା ଜାହାକଟିକୁ ଜାପାନ ସରକାର ମଝି ଦରିଆରେ ଅଟକାଇ ଦେଇଛନ୍ତି । କରୋନା ଭାଇରାସ୍ ରେ ଆକ୍ରାନ୍ତ କିଛି ଯାତ୍ରୀ ସେଥିରେ ରହିଥିବା ହେତୁ ଜାହାଜକୁ କୁଳକୁ ଅଣାଯାଉନାହିଁ କି ଅନ୍ୟ ଯାତ୍ରୀଙ୍କୁ ସେଠାରୁ ବାହାର କରାଯାଉନାହିଁ । ଏହାକୁ ନେଇ ଶିବାଶିଷଙ୍କ ବାପା ଲିଙ୍ଗରାଜ ଆଶା ଆଶଙ୍କାରେ ଅଛନ୍ତି । ପୁଅକୁ ତୁରନ୍ତ ଉଦ୍ଧାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଜାହାଜ ଭିତରେ ପୁଅର ବହୁତ ଅସୁବିଧା ହେଉଛି ବୋଲି କୋହଭରା କଣ୍ଠରେ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here