ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ ରାଜୁ)) : ପାରଳାଖେମୁଣ୍ଡି ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି:) ର ଦୁଇ ଦିନିଆ ବିଭାଗ ଅଭ୍ୟାସ ବର୍ଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଶିବିର କାର୍ଯ୍ୟକ୍ରମକୁ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ-ଆଚାର୍ୟ୍ୟ ସରୋଜ କୁମାର ପଣ୍ଡା , ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।
ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର-ଜିଲ୍ଲା ସଂଘ ଚାଳକ ଅନାଦି ପାଣିଗ୍ରାହୀ ଏବଂ ଏବିଭିପି:’ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଜିତ କୁମାର ନାୟକ ଓ ଗଜେନ୍ଦ୍ର ପଣ୍ଡା ପ୍ରମୁଖ ମଂଚସିନ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ନିର୍ମାଣରେ ଛାତ୍ରମାନଙ୍କ ଦେଶ ଓ ସମାଜ ପ୍ରତି ଦାୟିତ୍ଵ ଓ କର୍ତ୍ତବ୍ୟର ଭୂମିକା , କିଭଳି ହେବା ଆବଶ୍ୟକ , ତାହା ନିଜ ନିଜର ମତ ପ୍ରକାଶ କରିଥିଲେ ।
ଅପରାହ୍ନ ୪ ଟାରେ ସମାରୋପ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ହରିମୋହନ ପଟନାୟକ ଏବଂ ଲୋକନାଥ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ, ଉପସ୍ଥିତ ଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ନିଜର କ୍ୟାରିଅର ଗଠନ କରିବା ସହ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ତୁଲାଇବା ପାଈଁ ପରାମର୍ଶ ଦେଇଥିଲେ ।
ଏହି ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆସି ଯୋଗ ଦେଇଥିଲେ ।
ଶେଷରେ , ଏବିଭିପି:’ ର ଜିଲ୍ଲା , ନଗର ଓ ମହାବିଦ୍ୟାଳୟ ସ୍ତରରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା ।ଏହି କାର୍ୟ୍ୟକ୍ରମକୁ ଗଜପତି ବିଭାଗ ସଙ୍ଗଠନ ସମ୍ପାଦକ ଦେବାଶିଷ ଦାସ , ସତ୍ୟ ନାରାୟଣ କାର୍ଜୀ , ବିଘ୍ନେସ୍ୱର୍ ପଣ୍ଡା , ତୁଷାର ଦାସ , ରାମକୃଷ୍ଣ ପଟନାୟକ , ଶ୍ରୀଧର ପାଣିଗ୍ରାହୀ , ବାଳକୃଷ୍ଣ ଜେନା ,ଦୀପାବଳି ସାମନ୍ତ ,ସୋନାଲି ବିଶୋଇ , ସୁବ୍ରତ ଗୌଇତିଆ ,ଶିବ ଶଙ୍କର ପଣ୍ଡିତ ,ଏବଂ ଏମ:ଶଙ୍କର ଅନେକ କାର୍ୟ୍ୟକର୍ତ୍ତା ନାଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।