ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

0
60

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ ରାଜୁ) :ଗଜପତି ଜିଲ୍ଲା ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।
ସମ୍ମିଳନୀ କାର‌୍ୟ୍ୟକ୍ରମରେ ସଙ୍ଘର ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶେଷରେ ଜିଲ୍ଲା ସଂଘର କର୍ମକର୍ତ୍ତା ନିର୍ବାଚନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ , ସଂଘର ବରିଷ୍ଠ ସଭ୍ୟ – ଲକ୍ଷ୍ମୀଧର କହଁର ଏବଂ ନରସିଂହ ଗୌଡ । ସଂଘର ନିର୍ବାଚନ , ମନୋନୟନ ଭିତ୍ତିରେ ଚୟନ କରାଯାଇଥିଲା ।
ଏଥିରେ ସଂଘର ସଭାପତି ଭାବେ ରାଜେନ୍ଦ୍ର ରଥ ହୋଇଥିବା ବେଳେ ଉପ-ସଭାପତି-ମଧୁ ପୋଲାକି , ସମ୍ପାଦକ-ସନ୍ତୋଷ ବାହଦୁର୍ , ସହ-ସମ୍ପାଦକ-ରବି କୁମାର ପାତ୍ର , କୋଷାଧ୍ୟକ୍ଷ-ମନୋଜ କୁମାର ପଣ୍ଡା , ସମୀକ୍ଷକ-ରାଙ୍ଗୁ-ତାରିଣୀ ରେଡି , ରାଜ୍ୟ ସମ୍ପର୍କ ସଭ୍ୟ-ନୃସିଂହ ଚରଣ ମିଶ୍ର ଏବଂ ପି: ବାଳକୃଷ୍ଣ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ( ମନୋନୟନ) ହୋଇଥିଲେ ବୋଲି ଜିଲ୍ଲା ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here