ରାଜ୍ୟ ସରକାରଙ୍କ ୫ “ଟି” କାର୍ଯ୍ୟକୁ ତ୍ୱରାନ୍ନିତ କରିବେ ଶ୍ରୀ ପାଣ୍ଡିଆନ

0
138

ଭୁବନେଶ୍ୱର (ଓବି ନ୍ୟୁଜ୍) ; ଓଡିଶା ରାଜ୍ୟରେ ବର୍ତ୍ତମାନ ସରକାରଙ୍କ ୫ “ଟି” ସୂତ୍ରର ମୁଖ୍ୟ ସଂଚାଳକ ଭାବେ ମନୋନୀତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭି. କାର୍ତ୍ତିକେୟ ପଣ୍ଡିଆନ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ” ଟ୍ରାନ୍ଫୋର୍ମେସନ ଏଣ୍ଡ ଇନିସିଏଟିଭି ” ସଚିବ ଭାବେ ଶ୍ରୀ ପଣ୍ଡିଆନଙ୍କୁ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ୫ “ଟି” ଯଥା ” ଟ୍ରାନ୍ସପେରେନ୍ସି , ଟାଇମ ଲିମିଟ, ଟେକ୍ନୋଲୋଜି, ଟିମ ୱାର୍କ ଓ ଟ୍ରାନ୍ସଫୋରମେସନ ” କାର୍ଯ୍ୟକ୍ରମର ସେ ନେତୃତ୍ୱ ନେବେ । ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ସହ ଗ୍ରାମାଞ୍ଚଳ ସ୍ତରକୁ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଏହି ୫ “ଟି” କାର୍ଯ୍ୟକ୍ରମକୁ ସେ ତଦାରଖ କରିବେ ବୋଲି ପୂର୍ବରୁ ସୁଚାଇଥିଲେ ।

ଏହି କାର୍ଯ୍ୟଧାରକୁ ଏକ ପରିବର୍ତ୍ତନର ଆନ୍ଦୋଳନ ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରିକଳ୍ପନା ରଖିଛନ୍ତି । ଏଥିପାଇଁ ଶ୍ରୀ ପଟ୍ଟନାୟକ ବିଭିନ୍ନ ବିଭାଗରେ ଏହି କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିବା ଓ ତାହାର ସଫଳ ରୂପାୟନ ଦିଗରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିମାସର ଚତୁର୍ଥ ଶନିବାର ଏହି କାର୍ଯ୍ୟକ୍ରମ ଉପରେ ପର୍ଯ୍ୟାଲୋଚନା କରାଯିବାକୁ ମଧ୍ୟ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ୫ “ଟି” ମନ୍ତ୍ର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଜଣାଇ ତାହାର କାର୍ଯ୍ୟକାରିତା ଘେନି ଉତ୍ତରଦାୟିତ୍ୱ ବୁଝାଇଦେଇଛନ୍ତି । ସରକାରଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଚଳିତ ମାସର ଚତୁର୍ଥ ଶନିବାର ଦିନ ମୁଖ୍ୟମନ୍ତ୍ରୀ ୫ଟି ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଏହି ଗୁରୁମନ୍ତ୍ର ଦେଇଥିଲେ । ଏହାକୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରିବାପାଇଁ ଆଜି ଶ୍ରୀ ପଣ୍ଡିଆନଙ୍କୁ ନୂତନ ଦାୟିତ୍ୱ ଓ ପଦବୀରେ ଅବସ୍ଥାପିତ କରାଯାଇଛି।

LEAVE A REPLY

Please enter your comment!
Please enter your name here