ବେଗୁନିଆପଡ଼ା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ;ଆଜି ବେଗୁନିଆପଡ଼ା ବ୍ଲକ ପରିସରରେ ଗଞ୍ଜାମ୍ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ୩୫୪ ଟି ଅଭିଯୋଗ ଗ୍ରହଣ କରିଛନ୍ତି । ଏଥି ମଧ୍ୟରୁ ବିଶେଷ ଭାବରେ ମୋ କୁଡିଆ, ପାନୀୟ ଜଳ ଯୋଗାଣ, ରାସନ୍ କାର୍ଡ, ଶିକ୍ଷା, ମଦ ଦୋକାନ ବନ୍ଦ, ରାସ୍ତା ନିର୍ମାଣ ସହ ଅନେକ୍ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଜନ ସାଧାରଣ ଅଭିଯୋଗ କରିଛନ୍ତି । ସୁମଣ୍ଡଳ ସ୍ଥିତ ରବି ଘୋଷ୍ ନୋଡାଲ ହାଇସ୍କୁଲର ଅଚଳାବସ୍ଥା ଉପରେ ସ୍ଥାନୀୟ ଜନ ସାଧାରଣ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରିବା ସହ ବିଦ୍ୟାଳୟର କୌଣସି ଉନ୍ନୟନ ମୂଳକ କାମ ନ ହେବା ସହ ୨୦୧୮-୧୯ ମସିହାରେ ଛାତ୍ରଛାତ୍ରୀ ଙ୍କୁ ମାଗଣା ପୋଷାକ ବଣ୍ଟନ ନହେବା, ଓ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ଙ୍କ ମନ ମୁଖୀ କାର୍ଯ୍ୟ ଉପରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଉକ୍ତ ସ୍ଥାନରେ ତୁରନ୍ତ ଡି ଇ ଓ ସନାତନ ପଣ୍ଡାଙ୍କୁ ସୁମଣ୍ଡଳ ରବି ଘୋଷ ବିଦ୍ୟାପୀଠକୁ ଯାଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାପରେ ଡି ଇ ଓ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ । ଏହା ସହିତ ସୁମଣ୍ଡଳ ଠାରେ ମଦ ଦୋକାନ ଓ ଭାଟି ବନ୍ଦ ପାଇଁ ଗତ ମେ ମାସ ୧ ତାରିଖରେ ଏକ ବଡ ଆନ୍ଦୋଳନ ହେବା ସହ ୩ ଟି ଦୋକାନରେ ଆନ୍ଦୋଳନ କାରୀ ଅଗ୍ନି ସଂଯୋଗ କରିବା ପରେ ଦୋକାନ ବନ୍ଦ ଥିଲା । କିନ୍ତୁ ପୁଣି ମଦ ଦୋକାନ ଓ ଭାଟି ଯେପରି ନ ଖୋଲାଯାଏ ସେ ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଏହା ସହିତ ପୂର୍ତ୍ତ ବିଭାଗ ପକ୍ଷରୁ ବାଣିଆ ବାଡ଼ି ଠାରୁ ସୁମଣ୍ଡଳ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ରାସ୍ତା ର ଚୁକ୍ତି ପୂରଣ ହୋଇଯାଇଥିବା ବେଳେ ବର୍ତ୍ତମାନ୍ ସୁଦ୍ଧା କାମ ଆରମ୍ଭ ହୋଇନଥିବା ନେଇ ସୁମଣ୍ଡଳ ଜନ ପ୍ରତିନିଧି ଓ ଲୋକେ ଅଭିଯୋଗ କରିଥିଲେ । ଏହି ବ୍ଲକର ରାହାଡା ଓ ବେଗୁନିଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର୍ ନିଯୁକ୍ତି ପାଇଁ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ତ୍ରିନାଥ ଭୂୟାଁ ପ୍ରମୁଖ ଜିଲ୍ଳାପାଳଙ୍କୁ ଅଭିଯୋଗ କରିଥିଲେ । ଏହା ସହିତ ବିଭିନ୍ନ ହିତାଧିକାରୀ ମୋ କୁଡିଆ ଯୋଜନା ରେ ଗୃହ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ, ରାସନ୍ କାର୍ଡ ପ୍ରଦାନ, ପାଇଖାନା ପ୍ରାପ୍ୟ ପ୍ରଦାନ ଓ ବିଭିନ୍ନ ଭତା ପ୍ରଦାନ ନେଇ ବହୁ ଲୋକ ଆବେଦନ ସହ ଅଭିଯୋଗ କରିଥିଲେ । ଆଜିର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟି, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଏସ୍ ଡି ପି ଓ ନିମାଇଁ ଚରଣ ସେଠୀ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, ବି ଡି ଓ ଅରୁଣ କୁମାର ମଲ୍ଲିକ, କୋଦଳା ଆଇ ଆଇ ସି ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ବି ଇ ଓ କମଳା କାନ୍ତ ସାହୁ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ