ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଚାନକ ଗଜପତି ଜିଲ୍ଲା ଗସ୍ତ ::-ତିତିଲି ବାତ୍ୟା ରିଲିଫ ଓ ଥଇଥାନ ର ସମୀକ୍ଷା ଏବଂ ପ୍ରଭାବିତ ଅଂଚଳରେ ଅନୁଧ୍ୟାନ

0
106

ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) ;ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ଆଜି ଅଚାନକ ଗଜପତି ଜିଲ୍ଲାକୁ ଆସିଥିଲେ । ଗତ ଅକ୍ଟୋବର ମାସ ୧୧ ତାରିଖ ଦିନ ସମଗ୍ର ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ ବାତ୍ୟା ତିତିଲି ରେ ବହୁ ମାତ୍ରାରେ ପ୍ରଭାବିତ ହୋଇ ଅନେକ ଧନଜୀବନ ନଷ୍ଟ ହୋଇ ଥିଲା । ସେସବୁ ପ୍ରଭାବିତ ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଓ କ୍ଷତିଗସ୍ତ ଅଂଚଳରେ ରିଲିଫ , ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ କେତେଦୂର ହୋଇପାରିଛି ,ତାର ସମୀକ୍ଷା ଓ ପ୍ରଭାବିତ ଅଂଚଳ ଗସ୍ତ କରି ଅନୁଧ୍ୟାନ କରିବା ପାଈଁ ଆସିଥିଲେ । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ,କମିଶନର ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ତିତିଲି ରିଲିଫ , ଥଇଥାନ ଓ ପୁନରୁଦ୍ଧାର ଉପରେ ଟିକିନିଖି ପଚାରିବୁଝି ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ମାନଂକ ସହ ବିସ୍ତୃତ ଆଲୋଚନା କରିଥିଲେ । ପରେ ସାମ୍ବାଦିକ ମାନଙ୍କୁ ସମୀକ୍ଷା ବୈଠକ ଉପରେ ସୁଚନା ଦେଇ କହିଥିଲେ ଯେ , ତିତିଲି ବାତ୍ୟା ପରବର୍ତ୍ତୀ ରିଲିଫ ଥଇଥାନ ଓ ପୁନରୁଦ୍ଧାର ପାଈଁ ଯାହା ଟଙ୍କା ମଞ୍ଜୁର ହୋଇଥିଲା ତାହା ସରିଛି । ଏହା ଥଇଥାନ ପାଈଁ ଘର ନିର୍ମାଣ , ନଷ୍ଟ-ରାସ୍ତା ଓ ପୋଲ ତିଆରି , ଭାଙ୍ଗି ଯାଇଥିବା ଅଙ୍ଗନବାଡି ଘର , ବିଦ୍ୟାଳୟ କୋଠା ,ଓ ପ୍ରାଥମିକ ଚିକିତ୍ସ୍ୟା କେନ୍ଦ୍ର ମରାମତି ପ୍ରଭୃତି କାର‌୍ୟ୍ୟ ହୋଇଛି ବୋଲି କହିଥିଲେ ଏହା-ପରେ କମିଶନର ଶ୍ରୀ ସେଠୀ ,ଓ ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର ପ୍ରଶାସନ ଅଧିକାରୀଙ୍କ ସହ ଜିଲ୍ଲାର ଅତ୍ୟନ୍ତ ତିତିଲି ବାତ୍ୟା ପ୍ରଭାବିତ ରାୟଗଡ ବ୍ଲକ କଇଁପୁର ପଂଚାୟତ ଗସ୍ତ କରିଥିଲେ । ବର୍ଷା ଚାଲିଥିବା ସତ୍ତ୍ୱେ କମିଶନର ସେଠୀ ଚାଲି ଚାଲି ବାତ୍ୟାରେ ଧନଜୀବନ ପ୍ରଭାବିତ ଅଂଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । କମିଶନର ଶ୍ରୀ ସେଠୀ ରାଇସିଂହ ଓ ମାଡ଼ବା ଗ୍ରାମକୁ ଯାଇ ସେଠାରେ ପ୍ରଭାବିତ୍ ଓ ମୃତାହତ ଅଂଚଳ ଲାଙ୍ଗାସାହି , ସୁଆବା ,ମାଡ଼ବା , ମାଡା , ସିଡ଼ିଲିଙ୍ଗି , ବୁରୁସୁଣ୍ଡା ,ତେରଵ ଓ କଳିଙ୍ଗା ପ୍ରଭୃତି ଗ୍ରାମର ୨୦୦ ରୁ ଅଧିକ ପରିବାରକୁ ଥଇଥାନ ବ୍ୟବସ୍ଥା ଦେଖି ଅନୁଧ୍ୟାନ କରିଥିଲେ । ସେଠାରେ ପ୍ରଶାସନ ପକ୍ଷରୁ ସେହି କ୍ଷତିଗସ୍ତ ପରିବାରଙ୍କ ନିମନ୍ତେ ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କରାଯାଉଥିବା ଘର ଗୁଡ଼ିକ ଦେଖିଥିଲେ । ଏତତ ବ୍ୟତିତ, ହିତାଧିକାରୀ ମାନଙ୍କ ସହିତ ରିଲିଫ ଓ ଥଇଥାନ ବ୍ୟବସ୍ଥା ଉପରେ ଅଧିକ ପଚାରିବୁଝି ଘର ନିର୍ମାଣ କାର‌୍ୟ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ତାପରେ କମିଶନର ଶ୍ରୀ ସେଠୀ କଇଁପୁର ଯାଇ ସେଠାରେ ତିତିଲି ବାତ୍ୟାର ପ୍ରଭାବିତ ଭାଙ୍ଗିଯାଇ ମରାମତି କାର୍ଯ୍ୟ ସମ୍ପୂର୍ଣ କରାଯାଇଥିବା ବିଦ୍ୟାଳୟ ଘର ,ଅଙ୍ଗନବାଡି କେନ୍ଦ୍ର , ପଂଚାୟତ କାର୍ଯ୍ୟାଳୟ ପ୍ରଭୃତି ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here