ବନ ବିଭାଗ ପକ୍ଷରୁ ଚାର ବଣ୍ଟନ ।

0
70

ଗଞ୍ଜାମ (ଓବି ନ୍ୟୁଜ୍)(ଉମାକାନ୍ତ ବେହେରା) ; ପରିବେଶ ସୁରକ୍ଷା ,ଋଷିକୂଲ୍ୟା ନଦୀ ଓ ସମୁଦ୍ର ଉପକୂଳବର୍ତ୍ତୀ ଜନବସତି କୁ ସୁରକ୍ଷା ଦେବା ନିମନ୍ତେ ବୃକ୍ଷ ରୋପଣ ନିମନ୍ତେ ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କରାଯାଇଛି । ବନ ବିଭାଗ ଖଲ୍ଲିକୋଟ ରେଞ୍ଜ ଅଞ୍ଚଳ ଗଞ୍ଜାମ ବ୍ଲକ ର ଗଡ଼ହୁମ୍ମା ଫରେଷ୍ଟ ନର୍ସରି ଥରେ ଏହି ଚାରା ବଣ୍ଟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରମ୍ଭା ଫରେଷ୍ଟର ସୋମନାଥ ମଲ୍ଲିକ ଗଞ୍ଜାମ ବ୍ଲକ ଅଂଚଳରେ ବୃକ୍ଷ ରୋପଣ ର ଗୁରୁ ଦାୟିତ୍ୱ ରହିଛି । ଯାହାକୁ ନେଇ ଗଞ୍ଜାମ ବ୍ଲକ ରେ ରହିତବିବା ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଦ୍ଵାରା ଅନୁବନ୍ଧିତ ଗଞ୍ଜାମ ସହର ର ଦିଗଦର୍ଶନ ୟୁଥ କ୍ଳବ ଓ ଗଞ୍ଜାମ ବ୍ଲକ ପୋଇରାଶି ପଂଚାୟତ ର ତାରିଣୀ ପଲ୍ଲୀ ଗ୍ରାମ ର ୟୁଥଫର ଭିଲେଜ କୁ ୩୫୦ ଗୋଟି କୃଷ୍ଣ ଚୁଡା,ରାଧାଚୁଡା,ଆକାଶିଆ,ରାଧାଚୁଡା, ଦେଵଦାରୁ,ସ୍ଵର୍ଣ ଚମ୍ପା,ଟେକମ,ସୀତାଫଳ,ପିଜୁଳି,ଝାଉଁ,ଗୁଆ,ଶିଶୁଆ,କଇଠ ଆଦି ବିଭିନ୍ନ କିସମରଚାରା ବଣ୍ଟନ କରାଯାଇଥିଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ପରିବେଶବିତ ଉମାକାନ୍ତ ବେହେରା,ଦିଗଦର୍ଶନ ସଭାନେତ୍ରୀ ବିଜୟ ଲକ୍ଷ୍ମୀ ମହାଙ୍କୁଡ଼,ୟୁଥ ଫର ଭିଲେଜ ପ୍ରତିଷ୍ଠାତା ଡ଼ି.ଦେବହରି ରେଡି,କୋଷଧକ୍ଷ ମୋଚିରାମ ବେହେରା,ଫରେଷ୍ଟ ଗାର୍ଡ ଗଣେଶ ଗୌଡ଼,ପ୍ରସାଦ କୁମାର ବେହେରା,ଡ଼ି.ଦିନେଶ, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here