ଜମିରେ ଚାଷ କଲେ ଗଞ୍ଜାମ ଜିଲ୍ଲାପାଳ

0
157

ଛତ୍ରପୁର, (ଓବି ନ୍ୟୁଜ) (ପ୍ରଶାନ୍ତ କୁମାର ମହାରଣା) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ର ଭରସ। ଗ୍ରାମରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଯୋଜନା ଜରିଆରେ ପ୍ରାୟ ୫୦ ଏକର ଜମି ର ଧାନ ଚାଷିଙ୍କୁ ଧାଡି ପ୍ରଣାଳୀ ରେ ଚାଷ କରିବା ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ଏଣୁ ତାହାର ଅନୁଧ୍ୟାନ କରିବାକୁ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଯାଇଥିଲେ । ସେଠି ଚାଷୀମାନଙ୍କ ସହ ମିଶନ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ କାଦ ଜମିରେ ପଶି ସେମାନଙ୍କ ସହ ତଳି ରୋଇ ଏକ ଉଦାହରଣ ସୃଷ୍ଠି କରିଥିଲେ । ବିଭିନ୍ନ କାରଣରୁ ଚାଷ କାର୍ଯ୍ୟ ରୁ ନିଜକୁ ଦୂରେଇ ରହୁଥିବା ଚାଷିଙ୍କ ପାଇଁ ଏହା ବେଶ୍ ପ୍ରେରଣାର ବିଷୟ ପାଲଟିଯାଇଛି । ଏହି ଘଟଣା ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବେଗୁନିଆପଡା ବ୍ଲକରେ ଅଭିଯୋଗ ଶୁଣାଣୀ କାର୍ଯ୍ୟସାରି ଖଲିକୋଟ ବ୍ଲକ ମଥୁରା ଗ୍ରାମପଞ୍ଚାୟତ ଭରସା ଗ୍ରାମଦେଇ ଆସୁଥିବା ବେଳେ ହଠାତ୍ ତାଙ୍କ ନଜର ପଡିଲା କିଛି ଚାଷ ଜମିରେ ଧାନ ରୋଉଥିବା ଦେଖିଥିଲେ । ସେ ସେଠାରେ ନିଜ ଗାଡି ଅଟକାଇ ଆଣ୍ଠୁଏ କାଦୁଅ ପାଣିରେ ରାସ୍ତା ର ୩୦୦ମିଟର ଦୂରକୁ ଯାଇ ଏକ ଚାଷ ଜମିରେ ଧାନ ରୋଉ ଚାଷିମାନଙ୍କ ନିକଟକୁ ଯାଇ ଶସ୍ୟ ଋଣ ଏବଂ ଶସ୍ୟ ବୀମା ସଂପର୍କରେ ପଚାରିବା ସହ ନିଜେ ମଧ୍ୟ ଧାନ ରୋଇଥିଲେ । । ସେଠାରେ ଉପସ୍ଥିତ ପ୍ରାୟ ୪୦/୫୦ ମହିଳା /ପୁରୁଷ ଚାଷୀ ମାନେ ଜିଲ୍ଲାପାଳ ଧାନ ରୋଇବାରେ ଦେଖି ହଠାତ୍ ଆଚାର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କ ସହିତ ଜିଲ୍ଲାପାଳ ଧାନ ରୋଇଥିବାରୁ ସେମାନେ ନିଜକୁ ଖୁସି ଜାହିର କରିଥିଲେ ।

ଏହାସହ ଉପସ୍ଥିତ ଥିବା ଚାଷୀ ଓ ଭାଗଚାଷୀ ମାନେ ଶସ୍ୟ ଋଣ ଏବଂ ଶସ୍ୟ ବୀମା ସଂପର୍କରେ କିଛି ଜାଣିନାହାନ୍ତି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ କହିଥିଲେ । ଏହାପରେ କୃଷିଉପନିର୍ଦ୍ଦେଶକ ମନୋଜ କୁମାର ବେହେରା ଓ ଖଲିକୋଟ ବ୍ଲକ କୃଷି କର୍ମଚାରୀ ମାନଙ୍କୁ ଚାଷୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଚାଷୀମାନଙ୍କୁ ଶସ୍ୟ ଋଣ ଓ ଶସ୍ୟ ବୀମା ସଂପର୍କରେ ବ୍ୟାପକ ସଚେତନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଦୀର୍ଘ ଦିନ ଧରି ବର୍ଷା ହେଉନଥିବା ବେଳେ ଚାଷୀକୂଳ ହତାଶ ହୋଇପଡିଥିଲେ ତେବେ ଦୁଇ ତିନି ଦିନ ଧରି ବର୍ଷା ହେବା ଫଳରେ ଜମି କାଦୁଅ ହେବାରୁ ଚାଷୀମାନେ ଚାଷ କାମ ଆରମ୍ଭ କରିଦେଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଜମିରେ ଚାଷ କାମ ସେମାନଙ୍କୁ ଆହୁରି ଉତ୍ସାହିତ କରିଥିଲା ।

LEAVE A REPLY

Please enter your comment!
Please enter your name here