ମୋ ଜାଗା ଯୋଜନାରେ ହିତାଧିକାରୀମାନଙ୍କୁ ସାମିଲ କରିବା ନେଇ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ

0
112

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା ବିଜ୍ଞାପିତ ଅଂଚଳ ପରିଷଦରେ ବହୁତ ସଂଖ୍ୟାରେ ବସ୍ତି ବାସିନ୍ଦା ମୋ ଜାଗା ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଯୋଗ୍ୟ ହିତାଧିକାରୀମାନଙ୍କୁ ମୋ ଜାଗା ଯୋଜନାରେ କେବେ ସାମିଲ କରାଯିବ । ଉତରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ରମ୍ଭା ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳରେ ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭୂମି ଅଧିକାର ଅଧିନିୟମ ୨୦୧୭ ଅନୁଯାୟୀ ଭୂମି ଅଧିକାର ପତ୍ର ପ୍ରଦାନ ସକାଶେ ପ୍ରକ୍ରିୟା ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here