ଗୁମ୍ମା ବ୍ଲକ ର ବିଭିନ୍ନ ସମସ୍ୟା ନେଇ ଡ. ତିରୁପତି ପାଣିଗ୍ରାହୀ ବିଡ଼ିଓଙ୍କୁ ଅଭିଯୋଗ କଲେ

0
88

ପାରଳାଖେମୁଣ୍ଡି(ଓବି ନ୍ୟୁଜ୍)(କୃଷ୍ଣ ବେହେରା: ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଡଃ ତିରୁପତି ପାଣିଗ୍ରାହୀ ଆଜି ବିଡ଼ିଓ ନଟବର ଗରଡ଼ଙ୍କୁ ଅଭିଯୋଗ କଲେ । ଗତ ନିର୍ବାଚନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ତଥା ହାଇଟେକ୍ ଗ୍ରୁପ ର ମୁଖ୍ୟ ଡଃ ତିରୁପତି ପାଣିଗ୍ରାହୀ ଗୁମ୍ମା ପହଞ୍ଚି କର୍ମୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ତା’ପରେ ବ୍ଲକ କାର‌୍ୟ୍ୟାଳୟ କୁ ଯାଇ ବିଡ଼ିଓ ନଟବର ଗରଡ଼ ଙ୍କୁ ବର୍ତ୍ତମାନ ପର‌୍ୟ୍ୟନ୍ତ ତିତିଲି ବାତ୍ୟାରେ ଲୋକଙ୍କୁ ଘର ମିଳିପାରିନାହିଁ ତାହା ସହିତ ପ୍ରଧାନମନ୍ତ୍ରୀ ଆବାସ, ବିଜୁପକା ଘର ଗୁଡିକ ପ୍ରକୃତ ହିତାଧିକାରୀଙ୍କୁ ନ ମିଳି ଧନି ଶ୍ରେଣୀର ବ୍ୟକ୍ତି ଙ୍କୁ ମିଳୁଥିବା ଏବଂ ବର୍ତ୍ତମାନ ଘର ସର୍ଭେ ଚାଲିଛି ବହୁ ଲୋକଙ୍କ ନାମ ନଥିବା ଦେଖାଯାଇଛି ତେଣୁ ପୁନର୍ବାର ସର୍ଭେ କରି ସଠିକ୍ ହିତାଧିକାରୀ ଙ୍କୁ ଚୟନ କରନ୍ତୁ ।
ଏହା ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଅଧିକାଂଶ ଲୋକ ଗରିବ ଶ୍ରେଣୀର ଲୋକେ ବସବାସ କରନ୍ତି ତେଣୁ ବୁଢ଼ାବୁଢ଼ୀ ଭତ୍ତା ଆଦି କ୍ଷେତ୍ରରେ ପାତରଅନ୍ତର ନ କରି ପ୍ରକୃତ ହିତାଧିକାରୀଙ୍କୁ ଦେବା ପାଇଁ କହିଥିଲେ। ଏହା ସହିତ ଉଠା ଜଳସେଚନ କାର‌୍ୟ୍ୟକାରୀ ହେଉନଥିବା ଓ ବ୍ଲକ ରେ ବିଦ୍ୟୁତ କରଣ ପାଇଁ ୨୦୧୭ରୁ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିଥିବା ଆଦି ବିଷୟ ରେ କହି ପିଲାଙ୍କୁ କମ୍ପୁଟର ଶିକ୍ଷା ବ୍ୟବସ୍ଥା ପାଇଁ ଏକ କୋଠରୀ ଦେବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ସମୟ ରେ ଗୁମ୍ମା ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା , ଗୁମ୍ମା ସରପଞ୍ଚ ଜିକନୀୟ ରଇତ, ପୂର୍ବତନ ଉପଧକ୍ଷ ବେରିନିକ ଗମାଙ୍ଗ, ଗୋବରା ତ୍ରିପାତି ରାଓ ,ମଣ୍ଟୁ ପାଣି ଓ ଅନ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here