କୁକୁଡ଼ାଖଣ୍ଡି(ଓବି ନ୍ୟୁଜ୍): କୁକୁଡାଖଣ୍ଡି:ଲୋଚାପଡା ରାମକୃଷ୍ନନଗର ନଗରରେ କୁକୁଡାଖଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଛି। ବହୁ ବର୍ଷ ଧରି କିଛି ଲୋକ ସରକାରୀ ଜାଗାରେ ପାଚେରୀ ଓ ଘର କରି ରହିଥିଲେ , ଉକ୍ତ ସ୍ଥାନରେ ଡ୍ରେନ କିମ୍ବା ରାସ୍ତା ନିର୍ମାଣରେ ବାଧା ଉପୁଜୁଥିଲା ।କିଛି ପ୍ରଭାବଶାଳୀ ଲୋକଙ୍କ କବଜାରେ ରହୁଥିବାରୁ ରାଜସ୍ୱ ଅଧିକାରୀ ମାନେ କିଛି ପଦଷେପ ନେଇପାରୁନଥିଲେ।
ବହୁବାର ଅଭିଯୋଗ ପରେ ତହସିଲଦାର ସୁବାଶ ଚନ୍ଦ୍ର ରଇତ ,ସଦରଥାନା ଅଧିକାରୀ ଭାବାନନ୍ଦପ୍ରଧାନ ୧ ପ୍ଲାଟୁନ ପୋଲିସ ଫୋର୍ସ, ରାଜସ୍ୱ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଜବରଦଖଲ ରେ ସରକାରୀ ଜମିରେ ଥିବା ପାଚେରୀ ସବୁ ଡ୍ରୋଜର ଦ୍ବାରା ଭାଗିଂଥିଲେ। ପ୍ରବଳ ବର୍ଷା ସତ୍ୱେ ମଧ୍ୟ ଜବରଦଖଲ କାଯ୍ୟକ୍ରମ ଚାଲିଥିଲା ।ଜଣେ ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟ ପାଚେରୀ ଭଗାଂଯାଇଥିଲା।ଶାନ୍ତିଶୃଖଳାରେ ଉଛେଦ କାର୍ୟ୍ୟକ୍ରମ ସରିଥିଲା।ଆଗାମୀ ଦିନରେ ଜବରଦଖଲରେ ଥିବା ସରକାରୀ ଜମିରୁ ଉଛେଦ କାଯ୍ୟ ଜାରୀ ରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।