ମୋହନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

0
133

ମୋହନା (ଓବି ନ୍ୟୁଜ୍)(ସୁବିତ କୁମାର ନାୟକ): ମୋହନା ବ୍ଲକ କନଫେନସ ଗୃହରେ ଗଜପତି ଆଡିସିନାଲ୍ ଡିଷ୍ଟ୍ରିକ୍ଟ୍ ମାଜିଷ୍ଟ୍ରେଟ ସୈାଧାଦେଵୀ ସିଂଗ୍ , ଆଡିସିନାଲ୍ ଏସ୍ ପି ମହମ୍ମଦ ଇନ୍ତିହାସଆଜାମ୍ ଉପସ୍ଥିତ ରହି ୯୧ ଟି ଅଭିଯୋଗ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୫୮ ଓ ଗୋଷ୍ଠୀ ଭିତ୍ତିକ ଅଭିଯୋଗ ୩୩ ଗୋଟି ରହିଛି। ଏଥିମଧ୍ୟରୁ ବିଶେଷ ଭାବରେ ଭତ୍ତା, ରାସନ କାର୍ଡ, ଇନ୍ଦିରା ଆବାସ, ପାଇଖାନା, ଶିକ୍ଷା, ରାସ୍ତା ନିର୍ମାଣ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଜନସାଧାରଣ ଅଭିଯୋଗ କରିଛନ୍ତି।
ଏହା ସହିତ ବିଭିନ୍ନ ହିତାଧିକାରୀ ଇନ୍ଦିରା ଆବାସ ଯୋଜନରେ ଗୃହ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ, ରାସନ କାର୍ଡ ପ୍ରଦାନ, ପାଇଖାନା ପ୍ରାପ୍ୟ ପ୍ରଦାନ ଓ ବିଭିନ୍ନ ଭତ୍ତା ପ୍ରଦାନ ନେଇ ବହୁଲୋକ ଆବେଦନ ସହ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମରେ ମୋହନା ଫାଣ୍ଡି ଅଧିକାରୀ, ବିଡ଼ିଓ ବସ୍ତିଧର ଖସଲା, ଜିପିଓ ନରସିଂହ ମାରଣ୍ଡିଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here