ହିଞ୍ଜିଳିକାଟୁ (ଓବି ନ୍ୟୁଜ) (ପବିତ୍ର ପାତ୍ର): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହିଞ୍ଜିଳିକାଟୁରରେ ଶିଶୁ ବାଟିକାର ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ହରିହର ପାଢୀ ( ଶିଶୁ ମଙ୍ଗଳ କମିଟିର ସଦସ୍ୟ) ଯୋଗ ଦେଇଥିଲେ । ପରିଚାଳନା ସମିତିର ଉପଦେଷ୍ଟା ଇ. ଅନ୍ତର୍ଯ୍ୟାମୀ ପାତ୍ର, ସଂଯୋଜକ ଅରବିନ୍ଦ ପଣ୍ଡା ଉପସ୍ଥିତ ଥିଲେ । ପ୍ରାୟ ୧୨୦ ଜଣ ଅଭିଭାବକ ଉପସ୍ଥିତ ଥିଲେ ।
ଅଧିବେଶନ ପ୍ରମୁଖ ଅରୁଣ କୁମାର ସାମନ୍ତରା ଶିଶୁ ବାଟିକାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ବାଟିକା ପ୍ରମୁଖ ବାସନ୍ତୀ ସାହୁ ଶିଶୁମାନଙ୍କ ଦୀନଚର୍ଯ୍ୟା ବିଷୟରେ ଆଲୋଚନା କରିଥିଲେ । ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିଶୁ ବାଟିକା ଗୁରୁମା ନୟନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ପରିଚାଳନା ସମିତିଙ୍କ ସହିତ ରୀନା ସାହୁ, ପି. ପଟ୍ଟନାୟକ, ମନୋହର ଷଡ଼ଙ୍ଗୀ, ମାନିନୀ ବେହେର, ଏସ୍. ମିଶ୍ର, ୱାଇ. ସୁତା କଲ୍ୟାଣୀ ଶିଶି ବାଟିକା ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଅଭିଭାବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।