ବାଘ ଶିକାର ହୋଇନି! ମନ୍ତ୍ରୀଙ୍କ ସ୍ୱିକାର

0
37

ଭୁବନେଶ୍ୱର (ଓବି ନ୍ୟୁଜ) :ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବାଘ ଶିକାର ହୋଇନି । ବିଧାନସଭା ଗୃହରେ ଏକଥା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଶିକାରୀଙ୍କ ଦ୍ୱାରା ହାତୀ, ହରିଣ ଶିକାର ହୋଇଛନ୍ତି । ଆଉ ଶିକାରୀଙ୍କୁ ଧରିବା ପାଇଁ ସିଆଇଡ଼ି ଅଧିନରେ ଷ୍ଟେଟ୍ କ୍ରାଇମ୍ ସେଲ୍ ଗଠନ ହୋଇଥିବା କଥା କହିଛନ୍ତି ମନ୍ତ୍ରୀ ।

ଅନ୍ୟ ପଟେ ଗତ ତିନି ବର୍ଷ ମଧ୍ୟରେ ୧୦୬ ପଶୁ ଶିକାର ହୋଇଥିବା କଥାକୁ ମଧ୍ୟ ସ୍ୱିକାର କରିଛନ୍ତି ମନ୍ତ୍ରୀ । ଗତକାଲି ବିଶ୍ୱ ବ୍ୟାଘ୍ର ଦିବସ ପାଳନ ଅବସରରେ ଦେଶରେ ବିଶେଷ କରି ଓଡ଼ିଶାରେ କେତେ ବାଘ ଅଛନ୍ତି ତାକୁ ନେଇ ଚର୍ଚ୍ଚା ମଧ୍ୟ ଧରିଥିଲା । ୨୦୧୮ ବାଘ ଗଣନା ରିପୋର୍ଟ ପ୍ରକାରେ ଓଡ଼ିଶାରେ ବାଘ ସଂଖ୍ୟା ୨୮ ବୋଲି ସୂଚାଉଥିବା ବେଳେ ୬୦ରୁ ଅଧିକ ବୋଲି ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here