
ଜି.ଉଦୟଗିରି(ଓବି ନ୍ୟୁଜ)(ପ୍ରତାପ ଚନ୍ଦ୍ର ପାଢି): ଆଜି ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢୀ ତତ୍ବାବଧାନରେ ସହର ର ବିଭିନ୍ନ ସମସ୍ୟା ର ତୁରନ୍ତ ସମାଧାନ ନିମନ୍ତେ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଏକାଠି ଶାନ୍ତି ଶୃଙ୍ଖଳାର ସହ ଯାଇ ରାଜ୍ୟ ସରକାର ଙ୍କୁ ତହସିଲଦାରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ପ୍ରମୁଖ ଦାବି ଗୁଡ଼ିକ ହେଲା ସରକାରୀ ଡାକ୍ତରଖାନା ରେ ବିଶେଷଜ୍ଞ ଡାକ୍ତର ଅଭାବ, ଡାକ୍ତରଖାନାର କର୍ମଚାରି ଙ୍କ ଅର୍ଦ୍ଧନିର୍ମିତ ବାସଗୃହ ସମ୍ପୂର୍ଣ୍ଣ, ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ର ଅଧ୍ୟକ୍ଷ,ହବାକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ପୂରଣ,ଜି.ଉଦୟଗିରି ଏନଏସିର ଶୌଚାଳୟ କୁ ତୁରନ୍ତ ଖୋଲିବା,ବସଷ୍ଟାଣ୍ଡ ଚାଲୁକରିବା, ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା,ଜନଗହଳି ପୂର୍ଣ୍ଣ ସ୍ଥାନରେ ପରିଶ୍ରାଗର ନିର୍ମାଣ,ସ୍ଵତନ୍ତ୍ର ଆମିଷ ବଜାର ନିର୍ମାଣ,ନୂତନ ହତପଦାର ପୁନଃରାଉଦ୍ଧାର, ସାଂସଦ ପାଣ୍ଠିରୁ ଯୋଗାଇ ଦିଆଯାଇଥିବା ମହାପ୍ରୟାଣ ଗାଡ଼ିକୁ ଜନତାଙ୍କ ସେବାରେ ଲାଗିବ ,ପାନୀୟ ଜଳର ସମସ୍ୟା କୁ ଦୂର କରିବା,ଜି.ଉଦୟଗିରି କୁ ସରକାରୀ ବସ ଚଳାଚଳ କରିବା ପାନୀୟଜଳ ଯୋଗାଇବା କୁ ପଡ଼ିଥିବା ପାଇପ୍ କାମ ସଂପୂର୍ଣ୍ଣ କରିବା ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ,ବିଭାଗୀୟ ସଚିବ, ଜିଲ୍ଲାପାଳ,ଉପଜିଲ୍ଲାପାଳ,ସ୍ଥାନୀୟ ତହସଲଦାର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଗଲା।
ଉକ୍ତ ରାଲି ରେ ସଂଘର ଉପ ସଭାପତି ମନୋଜ ମହାପାତ୍ର,ସମ୍ପାଦକ ସନ୍ତୋଷ ଆଚାର୍ୟ୍ୟ, ସହସଂପଦକ ମନ ସନ୍ତୋଷ ପାତ୍ର ହିସାବ ରକ୍ଷକ ସଞ୍ଜୀବ ସୁବୁଦ୍ଧି, ବ୍ୟବସାୟୀ ଏସ୍ . ନାଗେଶ୍ୱର ପୃଷ୍ଟି ,ପ୍ରତାପ ଚନ୍ଦ୍ର ପାଢୀ, ଦେବୀପ୍ରସାଦ ଦାଶ, ଭଗବାନ ଦାଶ,ଙ୍କ ସହ ସମସ୍ତେ ଯୋଗ ଦେଇଥିଲେ।
ଦାବିପତ୍ର ଦେବାର ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସ୍ଥାନୀୟ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ଏକତ୍ରିତ ହୋଇ ମିଳିତ ଭାବେ ଆନ୍ଦୋଳନ କରିବାକୁ ସ୍ଥିର କରାଯାଉଛି ।