ବସ ଧକ୍କା ରେ ମହିଳା ମୃତ୍ୟୁ।

0
63

ଗଞ୍ଜାମ (ଓବି ନ୍ୟୁଜ୍)(ଉମାକାନ୍ତ ବେହେରା) ; ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଛକ ରେ ଏକ ଘରୋଇ ବସ ଧକ୍କାରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୋର ଉତେଜନା ପ୍ରକାଶ ପାଇବା ସହ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଅଞ୍ଚଳ ବାସି ୧୬ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରି ରଖିଥିଲେ । ଫଳରେ ଯାନବାହାନ ଗୁଡିକ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା । ଗଞ୍ଜାମ ଥାନା ଅଧିକାରୀ ସୁଦାମ ମଲ୍ଲିକ ଓ ସେକେଣ୍ଡ ଅଫିସର ହୃଷିକେଶ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ବସ ମାଲିକ ପକ୍ଷରୁ ଆର୍ଥିକ ସହାୟତା ନେଇ ପ୍ରତିଶୃତି ଓ ରେଡ଼କ୍ରସ ପାଣ୍ଠି ରୁ ଆର୍ଥିକ ସହାୟତା ଦେବାର ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଭୋର ସାଢ଼େ ୫ ବେଳେ ଉକ୍ତ ଗ୍ରାମର ଦିବ୍ୟସିଂହ ନନ୍ଦ ଙ୍କ ପତ୍ନୀ ଅପସରି (୫୫) ବିଲ କୁ ଯାଉଥିବା ବେଳେ ଭୁବନେଶ୍ୱର ରୁ ଜୟପୁର ଅଭିମୁଖେ ଯାଉଥିବା ଓଡି୦୨ଏଲ୍ ୫୨୮୬ ନମ୍ବର ବିଶିଷ୍ଟ ଡି ଗ୍ରୀନ ନାମକ ଏକ ଘରୋଇ ବସ ତାଙ୍କୁ ପୁଇଁତୋଳା ଛକ ନିକଟରେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ମହିଳା ଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ଛତ୍ରପୁର ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here