ବିଜ୍ଞାନ ଓ ସମାଜ “ବିଷୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା

0
70

ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) ; ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ , ରାଜ୍ୟ ଶିକ୍ଷକ-ଶିକ୍ଷା ନିର୍ଦ୍ଦେଶଳୟ , ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହାୟତାରେ “ବିଜ୍ଞାନ ଓ ସମାଜ” ବିଷୟ ଉପରେ , ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଶ୍ରୀ ସାତ୍ମିକ କୁମାର ପଟନାୟକ , ଅଧ୍ୟକ୍ଷତା କରିଥିଲେ । ମୁଖ୍ୟତଃ ନାଟକ ଅଭିନୟ ମାଧ୍ୟମରେ ବିଷୟ ବସ୍ତୁକୁ ଆଧାର କରି ରହିଥିବା ବିଭିନ୍ନ ସମସ୍ୟା ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ କିଭଳି ସମାଧାନ କରିବା ଏବଂ ତାକୁ ନେଇ ନିଜ ଅଂଚଳରେ କିଭଳି ଲୋକଙ୍କୁ ସଚେତନ କରିବା ସହ ବିଜ୍ଞାନର ପ୍ରଚାର-ପ୍ରସାର ଦିଗରେ ସମସ୍ତେ କିଭଳି ଚେଷ୍ଟିତ ହେବା , ଏହାହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅରୁଣା କୁମାରୀ ସାମଲ ମୁଖ୍ୟ-ଅତିଥି ଭାବେ ଯୋଗଦେଇ ,ବିଜ୍ଞାନର ସଠିକ ଉପଯୋଗ କରିବା ସହ ପରିମଳ ଓ ପ୍ରଦୂଷଣକୂ କିଭଳି ରୋକା ଯାଇପାରିବ ,ସେ ଦିଗରେ ଛାତ୍ରଛାତ୍ରୀ ମାନେ ସବୁବେଳେ ବୈଜ୍ଞାନିକ ପଦ୍ଧତିରେ ତାର ସମାଧାନ କରିବା ପାଈଁ ଯତ୍ନବାନ ହେବାକୂ ପରାମର୍ଶ ଦେଇଥିଲେ । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଟି ଉଚବିଦ୍ୟାଳୟର ୧୦୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନେ ମୁଖ୍ୟତଃ ପରିମଳ ସଫାସୁତୁରା , ପରିବେଶ ସୁରକ୍ଷା , ପ୍ରଦୂଷଣ ରୋକିବା , ପାଇଖାନା ବ୍ୟବହାର ପ୍ରଭୃତି ଉପରେ ସମାଜକୁ ଦିଗଦର୍ଶନ ଦେବା ଭଳି ନାଟକ , ଅଭିନୟ ମାଧ୍ୟମରେ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି: ବୃନ୍ଦାବନ ରାଓ ଯୋଗ ଦେଇଥିବାବେଳେ ପ୍ରତିଯୋଗିତାର ବିଚାରକ ଭାବେ ସଂଗୀତ ନିର୍ଦେଶକ ଗୁରୁ ରଘୁନାଥ ପାତ୍ର , ରାଷ୍ଟ୍ରପତି ପୁରସ୍କାର ପାଇଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ଏବଂ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସଂଯୁକ୍ତା ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here