ଗଂଜାମ ଜିଲ୍ଲାପାଳଙ୍କ ଲୋକାଭୀମୂଖୀ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

0
73

ଛତ୍ରପୁର,(ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ଜିଲ୍ଲାପାଳଙ୍କ ଲୋକାଭୀମୂଖୀ କାର୍ଯ୍ୟରେ ବେଶ ଖୁସିବ୍ୟକ୍ତ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଟ୍ୱିଟରେ ଗଂଜାମ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚାଷୀମାନଙ୍କ ସହ ମିଶି ଧାନ ରୋଇବା ଫୋଟ ଓ ଭିଡିଓ ଖୁବ୍ ଭାଇରାଲ ହେବା ସହ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ପାଲଟିଥିଲା । ଲୋକାଭିମୁଖୀ କାର୍ଯ୍ୟ କରିଥିବାରୁ ଜିଲ୍ଲାପାଳଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । ଏବେ ସେହି ତାଲିକାରେ ଯୋଡି ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ । ନିଜ ସୋସୋଆଲ ମିଡିଆ ଆକାଉଣ୍ଟ ଟ୍ୱିଟରେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି । ଗତକାଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଗୁନିଆପଡା ବ୍ଲକରୁ ଅଭିଯୋଗ ଶୁଣାଣୀ କାର୍ଯ୍ୟ ସାରି ଖଲିକୋଟ ବ୍ଲକର ମଥୁରା ଗ୍ରାମ ପଂଚାୟତର ଭରସା ଗାଁ ଦେଇ ଆସୁଥିବା ବେଳେ ହଠାତ୍ ସେଠାରେ ଗାଡି ଅଟକାଇ ରାସ୍ତା ଠାରୁ ୩୦୦ମିଟର ଦୂରକୁ ଏକ ଆଣ୍ଠୁଏ କାଦୁଅରେ ଏକ ଚାଷୀ ଜମିରେ ଚାଷୀଙ୍କ ସହ ମିଶି ଧାନ ରୋଇଥିଲେ । ଏହାସହ ସେ ଧାଡିରୁଆର ଉପାଦେୟତା ସଂପର୍କରେ ଉପସ୍ଥିତ ଚାଷୀ ଓ ଭାଗଚାଷୀଙ୍କୁ ମଧ୍ୟ ବୁଝାଇଥିଲେ । ତେବେ ଏହାକୁ ଉତ୍ସର୍ଗିକୃତ ସେବାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଲୋକଙ୍କ ନିକଟତର ହୋଇ ସେମାନଙ୍କ ସୁବିଧା ପାଇଁ ସମର୍ପଣ ଭାବେ ନେଇ କାମ କରିଛନ୍ତି ଗଂଜାମ ଜିଲ୍ଲାପାଳ । ଏଥିପାଇଁ ସେ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଆଉ ଏହି ଯୋଜନାର କାର୍ଯ୍ୟକାରିତା ତଦାରଖ କରିବା ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସୋସିଆଲ ମିଡିଆର ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ ଜିଲ୍ଲାପାଳ ଚାଷୀ ମାନଙ୍କ ସାଙ୍ଗରେ ଜମି କ୍ଷେତରେ ଲୋକଙ୍କ ସମସ୍ୟା ବୁଝିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି । ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ସହ ଜଡିତ ହେଲେ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାରିବ । ତାସହିତ ଗଂଜାମ ଜିଲ୍ଲପାଳଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ସୂଚନାଥାଉକି ଯେ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ୨୦୧୩ ବ୍ୟାଚର ଆଇଏ ଏସ ଲାଭ କରି ସୁନ୍ଦରଗଡ ଜିଲ୍ଲା ବଣେଇରେ ଉପଜିଲ୍ଲାପାଳ ରହିବା ପରେ ୨୦୧୬ ମସିହା ଜୁନ୍ ୨ତାରିଖରେ ଗଂଜାମ ଡିଆରଡିଏ ପିଡି ଭାବେ ଯୋଗଦେଇ ନିଜର ଦାୟିତ୍ୱ ସୂତାରୁପେ ତୁଲାଇଥିଲେ । ସେ ଅଗଷ୍ଟ ୨୦୧୮ ଠାରୁ ଗଂଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରି ଜିଲ୍ଲାର ବିକାଶ ସହିତ ଜନସାଧାରଣ ସମସ୍ୟା ବୁଝିଆସୁଛନ୍ତି । ଲୋକଙ୍କ ସହ ମିଶି ସେମାନଙ୍କ ସୁଖଦୁଃଖ ବୁଝିବା ସହ ବିଭିନ୍ନ କାର୍ଯ୍ୟ କରି ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି ।

LEAVE A REPLY

Please enter your comment!
Please enter your name here