ଭଞ୍ଜନଗର ସବ୍ଡିଭିଜନର କେତକ ପଞ୍ଚାୟତର ଅନୁଦାନ ମିଳିଥିବା କାର୍ଯ୍ୟ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ସାଂସଦ

0
22

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ବୈଷୟିକ ତ୍ରୁଟି ଯୋଗୁଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ୍ଡିଭିଜନ ଅଧୀନ କେତେକ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ରହିଥିବା କାର୍ଯ୍ୟ ଗୁଡିକ ଠପ୍ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉତ୍ତମ ଯୋଜନା ଗୁଡିକର ମୁଜାଗଡ, ଲାଲସିଂ, ଅଲାଡି ଓ ବାରୁଡା ପଞ୍ଚାୟତବାସୀ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି । ଏଣୁ ଏହାର ଉଚିତ୍ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ପୂର୍ବତନ ସାଂସଦ ତଥା ଭାରତୀୟ ଜନତା ପାର୍ଟିର ନେତା ଖାରବେଳ ସ୍ୱାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ସାକ୍ଷତ କରି ସମସ୍ୟା ସଂପର୍କିତ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ତୁରନ୍ତ ଏହାର ସମାଧାନ କରାଗଲେ ବଞ୍ଚିତ ଥିବା ପଞ୍ଚାୟତବାସୀ ସରକାରଙ୍କ ଯୋଜନା ଗୁଡିକର ଲାଭ ପାଇପାରିବେ ବୋଲି ପୂର୍ବତନ ସାଂସଦ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏକମାସ ମଧ୍ୟରେ ସମସ୍ତ ତ୍ରୁଟି କାର୍ଯ୍ୟ ସମାଧାନ ହୋଇଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବତନ ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here