ଶିଶୁ ସୁରକ୍ଷା ସଂପର୍କିତ ଦୁଇଦିନିଆକର୍ମଶାଳା

0
81

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ସଂପର୍କିତ ଦୁଇଦିନିଆ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଯୋଗଦେଇ ଗଂଜାମ ଜିଲ୍ଲା କୁ ଏକ ଆଦର୍ଶ ଜିଲ୍ଲା ଭାବେ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ଯୋଗାଇବାରେ ସମସ୍ତଙ୍କ ସହଭାଗିତା ରେ ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । ସେହିପରି କର୍ମଶାଳାରେ ବିଭିନ୍ନ ସାଧନ ବ୍ୟକ୍ତିମାନେ ଯୋଗଦେଇ ଶିଶୁ ସୁରକ୍ଷା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଶରତ ଚନ୍ଦ୍ର ମହାରଣା ଶିଶୁ ସୁରକ୍ଷା ଅଧିନିୟମ(ଯତ୍ନ ଓ ସୁରକ୍ଷା) ୨୦୧୫ରେ ଥିବା ପରିଛେଦ ଓ ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ସମସ୍ତ କର୍ମଚାରୀଙ୍କ ଦାୟିତ୍ୱ ଓ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନରେ କିଭଳି ଶିଶୁଟି ସୁରକ୍ଷା ଓ ଯତ୍ନରେ ରହିବେ ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶନମା ପାଳନ କରିବା ବିଷୟ କହିଥିଲେ । ସାଧକ ବ୍ୟକ୍ତି ରୂପେ ସେଣ୍ଟର ଫର ମୋଡିନିସିଂ ଇଣ୍ଟେଟିଭ ବିଭାଗରୁ ସାଧାରଣ ପ୍ରଶାସନର ଇଂ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଶିଶୁ ସୂଚନା ନାମକ ଏକ ପୋର୍ଟାଲ ଜରିଆରେ ସମସ୍ତ ଶିଶୁଙ୍କ ତଥ୍ୟ କିପରି ରଖିବେ ତାହା ଉପରେ ବିସ୍ତୃତ ଭାବେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସାଧନ ବ୍ୟକ୍ତି ରୂପେ ସୁବାସ ଚନ୍ଦ୍ର ଦାଶ ଯୋଗଦେଇ ପ୍ରତ୍ୟେକ ଶିଶୁ ପାଇଁ ସାମାଜିକ ଅନୁସନ୍ଧାନ ରିପୋର୍ଟ ଓ ବ୍ୟକ୍ତିଗତ ଯତ୍ନ ଯୋଜନା କରିବା ଉଚିତ । ଏଥିପାଇଁ ସମୟର ମାନଦଣ୍ଡ ମଧ୍ୟରେ ହେବା ଜରୁରୀ । ଏହି କର୍ମଶାଲାରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଓ ଚାଇଲଡ୍ ଲାଇନର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ । କର୍ମଶାଳାକୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁଶାନ୍ତ କୁମାର ସାହୁ, ଶିବ ପ୍ରସାଦ ରଥ, ସୁଦାମ ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here