ମାଛମରା ଜେଟିର ପୁନଃଉଦ୍ଧାର ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

0
30

ଛତ୍ରପୁର, , (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା):: ଗୋପାଳପୁର ବନ୍ଦର ପରିସରରେ ଥିବା ମାଛମାରିବା ଜେଟିର ପୁନଃଉଦ୍ଧାର କରିବା ପ୍ରସଙ୍ଗରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ଦଳର ମତ୍ସ୍ୟଜିବୀ ସଂଗଠନ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଅଞ୍ଚଳର ମତ୍ସ୍ୟଜୀବିମାନଙ୍କ ଜୀବିକା ନିର୍ବାହ କରିବାର ଏକ ମାତ୍ର ଜେଟି ବାଲିରେ ସଂପୂର୍ଣ୍ଣ ପୋତି ହୋଇଯାଇଛି । ଫଳରେ ମତ୍ସ୍ୟଜିବୀଙ୍କୁ ମାଛମାରିବା ବେଳେ ଡଙ୍ଗାକୁ ନେବା କଷ୍ଟକର ହେଉଛି । ତେଣୁ ତୁରନ୍ତ ଏହାର ପୁନଃଉଦ୍ଧାର ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ନିମନ୍ତେ ମତ୍ସ୍ୟଜୀବି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦାବି ପତ୍ର ପ୍ରଦାନ ବେଳେ ସଂଗଠନର ଜିଲ୍ଲା ସଭାପତି ଏସ୍.ରାଜା ରାଓ, ସାଧାରଣ ସଂପାଦକ ଜି.ଜଗନ୍ନାଥଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here