ଜିଲାପାଳଙ୍କ ନିର୍ଦ୍ଦେଶରେ ଆଶିଷ ପାଇଲା ପାଠ ପଢିବାର ସୁଯୋଗ

0
30

ସୋନପୁର(ଓବି ନ୍ୟୁଜ୍): ସୋନପୁର(ଓବି ନ୍ୟୁଜ୍): ସୋନପୁର, ତରଭା ବ୍ଲକ ଅନ୍ତର୍ଗତ ପୁଟୁପାଲି ଗ୍ରାମର ଆଶିଷ ସୁନା ଷଷ୍ଠ ଶ୍ରେଣୀ ପାସ କରି ଉଚ୍ଚ ଶିକ୍ଷା ପାଇଁ ଇଛା ଥିଲେ ମଧ୍ୟ ପରିବାରର ଆର୍ଥୀକ ଦୁରାବସ୍ଥା ଯୋଗୁଁ ବିଦ୍ୟାଳୟରେ ନାମ ଲେଖାଇ ପାରୁ ନ ଥିଲେ । ତେବେ ସମ୍ପୃକ୍ତ ଶିଶୁଙ୍କ ମାତା ସୁବାସିନୀ ସୁନା ତରଭାରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର‌୍ୟ୍ୟକ୍ରମରେ ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ଲିଖିତ ଗୁହାରୀ କରିଥିଲେ ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ହସ୍ତକ୍ଷେପ ଫଳରେ ତରଭା ବ୍ଲକ ଅଞ୍ଚଳର ଜନୈକ ଅନୁସୂଚିତ ବର୍ଗର ଗରିବ ଛାତ୍ର ବିଦ୍ୟାଳୟରେ ନାମ ଲେଖାଇବା ସହ ପଢିବାର ସୁଯୋଗ ପାଇଛନ୍ତି ।

ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ସମ୍ପୃକ୍ତ ଶିଶୁଙ୍କୁ ଚାରଭଟାରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇବା ସୁଯୋଗ ପାଇଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ ମିଳିବା କ୍ଷଣି ଜିଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର ସମ୍ପରକ୍ତ ଶିଶୁଙ୍କ ନାମ ଲେଖାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ତୁରନ୍ତ ନାମ ଲେଖାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here