ଗାଲେରୀ କାଳୀମନ୍ଦିର ରୁ ମୁର୍ତ୍ତି ଚୋରୀ, ୩ ଅଟକ

0
3296

ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ):ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମର ପ୍ରସିଦ୍ଧ କାଳୀମନ୍ଦିର ପାର୍ଶ୍ୱରେ ଥିବା ବିଭିନ୍ନ ଦେବଦେବୀ ମୂର୍ତ୍ତି ମଧ୍ୟରୁ ଏକ କାଳୀମୂର୍ତ୍ତି କୁ ଆଜି ଦିନ ୧୦ଟା ସମୟରେ ଗୋଟିଏ କାର ରେ ଜଣେ ତାନ୍ତ୍ରିକ ସମେତ ଏକ ଦମ୍ପତି ଆସି ଚୋରି କରି ନିଜ ବ୍ୟାଗ ରେ ପୁରାଇ ନେଇଯିବାକୁ ଉଦ୍ୟମ କରିଥିଲେ।

ଏହା ଦେଖି ସ୍ଥାନୀୟ ଲୋକମାନଙ୍କ ମନରେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ତାରସିଂ ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଘଟଣା ସ୍ଥଳରେ ପହଞ୍ଚି ୩ଜଣଙ୍କୁ ଥାନାରେ ଅଟକ ରଖି ସେମାନେ ବ୍ୟବହାର କରୁଥିବା କାର ଟିକୁ ମଧ୍ୟ ଜବତ କରିଛନ୍ତି।ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here