ଗୋଲଡ୍ ଲୋନ୍ ଫାଇନାନ୍ସ କାର୍ଯ୍ୟାଳୟରେ ଲୁଟ୍ ଉଦ୍ୟମ ବିଫଳ, ତିନି ଗୁରତୁର ସହରରେ ପୁଲିସର ନାକାବନ୍ଦୀ, ଦୁର୍ବୃତ ଫେରାର୍

0
524

ବ୍ରହ୍ମପୁର(ଓବି ନ୍ୟୁଜ୍)(ଅମର କୁମାର ଦାସ): ପୁଣି ବ୍ରହ୍ମପୁରରେ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ପୁଲିସକୁ ଖାତିର ନକରି ଲୁଟିବା ପାଇଁ ଉଦ୍ୟମ କରିଥିଲେ ଏକ ଫାଇନାନ୍ସ କମ୍ପାନୀ ଉପରେ । ଏଥିରେ ତିନିଜଣ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଲୁଟେରାମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ପୁଲିସର ତଦନ୍ତ ଜାରୀ ରହିବା ସହ ଲୁଟେରାମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରୀ ରହିଛି ।
ସୂଚନା ଯୋଗ୍ୟ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡି’ପିଲ୍ ସ୍କୁଲ ନିକଟରେ ଥିବା ଗୋଲଡ୍ ଲୋନ୍ ଫାଇନାନ୍ସ କମ୍ପାନୀ ଉପରେ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବତମାନେ। ସକାଳ ପ୍ରାୟ ସାଢେ ୧୧ଟା ସମୟରେ କମ୍ପାନୀର କର୍ମଚାରୀମାନେ ଅଫିସ ଖୋଲି କାର୍ଯ୍ୟ କରୁଥିବା ସମୟରେ ୪ରୁ ୫ଜଣ ଦୁର୍ବୃତ କମ୍ପାନୀ ଭିତରେ ଧସେଇ ପଶିଥିଲେ। କିଛି କହିବା କ୍ଷଣି ଅଚାନକ ମାଉଜର ଦେଖାଇ ତିନିଜଣ କର୍ମଚାରୀଙ୍କୁ ଲୁଟେରାମାନେ
ଲକ୍କର ଚାବି ମାଗିବାଥିଲେ କିନ୍ତୁ ନଦେବାରୁ ଦୁର୍ବୃତ ମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ବାନ୍ଧି ବାଥରୁମ୍ ଭିତରେ ରଖି ଦେଇଥିଲେ । ସେହି ସମୟରେ ଅଫିସ ଜଣେ ମହିଳା ସୁଇପର ଜଣକ ଅଫିସ ଭିତରକୁ ପ୍ରବେଶ କରିବା ବେଳେ ତାଙ୍କୁ ମଧ୍ୟ ମାଉଜର ଦେଖାଇ ଧମକ ଦେବା ସହ ପାଟି ବନ୍ଦ କରିବାକୁ କହିଥିଲେ । ଏହା ପରେ ପୁର୍ବୃତ ମାନେ ଲୁଟିବା ପାଇଁ ଉଦ୍ୟମ କରିିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ। ପରେ ଦୁର୍ବୃତ ମାନେ କର୍ମଚାରୀଙ୍କ ଠାରୁ ତିନୋଟି ମୋବାଇଲ ନେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଆହତ ମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ନାୟକ, ଡ଼ି. ଶ୍ରୀଧର ଆଚାରୀ, ମିହିର ପ୍ରଧାନ । ଏନେଇ କର୍ମଚାରୀମାନେ ଘଟଣା ନେଇ ବୈଦ୍ୟନାଥପୁର ଥାନାରେ ଖବର ଦେବା ପରେ ପାଟ୍ରୋଲିଂରେ ଥିବା ଏସଆଇ ନାରାୟଣ ସ୍ୱାଇଁ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଥିଲେ ।
ଘଟଣାର ସ୍ଥଳରେ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ ସଦଳବଳେ ପହଂଚି ନିକଟରେ ଥିବା ସିସି ଫୁଟେଜକୁ ଆଧାର କରି ତଦନ୍ତ କରିଥିଲେ। ମହିଳ ସୁଇପର ଜଣକ କହିବା ଅନୁଯାୟୀ ୪ଜଣ ଦୁର୍ବୃତ ସମସ୍ତେ ହିନ୍ଦି ଭାଷାରେ କଥା ହେଉଥିବା ବେଳେ ଦେଖିବାକୁ ବାହାର ରାଜ୍ୟର ଲୋକ ପରି ଦେଖା ଯାଉଥିବା ସେ କହିଥିଲେ । କିପରି ଭାବେ ଜନଗହଳି ପୂର୍ଣ୍ଣ ଅଂଚଳ ଏବଂ ଦିବାଲୋକରେ ମଧ୍ୟ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ ମାନେ ଏପରି ଘଟଣା ଘଟାଇଲେ ତାହା ପୁଲିସ ପାଇଁ ଚ୍ୟାଲେଞ୍ଜର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here