ପାଣିଘେରରେ ନଦୀ କୁଳିଆ ଗାଁ

0
50

ନବରଙ୍ଗପୁର(ଓବି ନ୍ୟୁଜ୍)(ଟୁଟୁ ପଟ୍ଟନାୟକ): ନବରଙ୍ଗପୁର ରେ ବର୍ଷା ଥମିଯାଇଛି କିନ୍ତୁ ଗତ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷା ରେ ନଦୀକୂଳିଆ ଗାଁ ଗୁଡିକର ଲୋକ ଚିନ୍ତାରେ ଥିବା ବେଳେ କୋଷାଗୁମୁଡ଼ା ବ୍ଲକ ଘାଟବାସୁଲି ଗାଁ ର ଦୁଇଟି ୱାର୍ଡର ୨ହଜାର ଲୋକ ଏବେ ପାଣି ଘେର ମଧ୍ୟରେ ରହିଛନ୍ତି। ଘାଟବାସୁଲି ଗାଁ ଇନ୍ଦ୍ରାବତୀ ନଦୀ ଓ ଭସ୍କେଲ ନଦୀର ସଙ୍ଗମ ସ୍ଥଳରେ ରହିଥିବାରୁ ୨ ଦିନର ଲଗାଣ ବର୍ଷା ଜଳ ଉପର ମୁଣ୍ଡରୁ ବହି ଆସୁଥିବାରୁ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ କୋରାପୁଟ ରୁ ଆସିଥିବା ଓଡ୍ରାଫ୍ଟ ଦଳଙ୍କ ସହାୟତାରେ ପ୍ରଶାସନ ଘାଟବାସୁଲି ଗ୍ରାମବାସୀଙ୍କୁ ରିଲିଫ ବାଣ୍ଟୁଛନ୍ତି । ବର୍ତମାନସୁଧା ଧନ ଜୀବନ ନଷ୍ଟ ହୋଇନଥିବା ଜଣାପଡିଛି । ସେଭଳି ବିଞ୍ଜିଲି ପଂଚାୟତର ୫ଟି ଗାଁ ମଧ୍ୟ ପାଣି ଘେରରେ ରହିଛି । ଏହି ପଂଚାୟତର ଘାଟଚୁରା ,କାଟାଗୁଡା ,ନୂଆଗୁଡ଼ା, ଆଳୁପଦର ,ଲାଞ୍ଜିଆଗୁଡା ଗାଁ ଗୁଡିକ ମଧ୍ୟ ପାଣି ଘେରରେ ରହିଛି । ଗାଁ ଗୁଡିକ ଚାରିପଟେ ପାଣି ଘେରି ରହିଛି । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ଓଡ୍ରାଫ ଟିମ ସହାୟତାରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । କୌଣସି ଗାଁରୁ ଲୋକଙ୍କୁ ଏଯାଏଁ ଉଦ୍ଧାର କରାଯାଇ ନାହିଁ । ଯଦି ଅଧିକ ବର୍ଷା ହୁଏ ତାହେଲେ ପରିସ୍ଥିତିକୁ ଦେଖି ଉଦ୍ଧାର କାର‌୍ୟ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର । ସବୁ ପ୍ରଭାବିତ ଅଞ୍ଚଳ ରୁ ପାଣି କମି ଯାଇଥିବା ବେଳେ କେବଳ ଘାଟବାସୁଲି ଗ୍ରାମ ପାଣି ଘେରରେ ରହିଛି । ଗ୍ରାମର କିଛି ଲୋକେ ପାଣି କମିଥିବାରୁ ଘରକୁ ଫେରିଛନ୍ତି ଏବଂ ୨୫୦ ଜଣ ଲୋକେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିଛନ୍ତି। ସେମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଥିବା ସ୍ଥାନୀୟ ବିଡ଼ିଓ ସୂଚନା ଦେଇଛନ୍ତି । ବର୍ଷା କମି ଯିବା ଫଳରେ ପାଣି ମଧ୍ୟ କମି ଯାଇଛି ଯାହାଫଳରେ ଉକ୍ତ ଅଞ୍ଚଳ ର ଲୋକେ ସୁରକ୍ଷିତ ରହିଛନ୍ତି । ଯଦି ଭବିଷ୍ୟତ ରେ ବର୍ଷା ହୁଏ ଏବଂ ଲୋକେ ଜଳବନ୍ଦୀ ଅବସ୍ଥା ଉପୁଜିବାର ଆଶଙ୍କା ପ୍ରକାଶ ପାଇଲେ ତୁରନ୍ତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳୀକୁ ନେବାର ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ଉଦ୍ଧାର କାର‌୍ୟ୍ୟ ଚାଲିଥିବା ପ୍ରକାଶ କରିଛନ୍ତି ତହସିଲଦାର । ଉଦ୍ଧାର ସମ୍ବନ୍ଧିତ ସମସ୍ତ ସୂଚନା ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଉଥିବା ସ୍ଥାନୀୟ ତହସିଲଦାର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here