ଶନ୍ତଙ୍କୁ ମିଳିଲା ବିବାହ ସହାୟତା

0
27

ସୋନପୁର(ଓବି ନ୍ୟୁଜ୍)(ସୁଶାନ୍ତ କୁମାର ସାହୁ): ସୋନପୁର, ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକ ବିବାହ ସହାୟତା ମିଳି ନ ଥିବା ସମ୍ପର୍କରେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କରାଯାଇଛି । ତରଭା ବ୍ଲକ ସରଗଜ ଗ୍ରାମର ଶନ୍ତ ନାଏକ ଜିଲା ଶ୍ରମ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ଜଣେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇଥିଲେ । ତେବେ ସେ ବିବାହ ସହାୟତା ପାଇଁ ଦୀର୍ଘ ଦିନ ଧରି ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସହାୟତା ମିଳୁନଥିଲା ।
ତୁରନ୍ତ ଜିଲାପାଳଙ୍କ ନିର୍ଦେଶ କ୍ରମେ ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମ୍ପୃକ୍ତ ହିତାଧିକାରୀଙ୍କୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଜିଲାପାଳଙ୍କ ଅନୁମୋନଦ ପାଇଁ ପଠାଇ ଆବଶ୍ୟକ ସହାୟତା ଅର୍ଥ ମଞ୍ଜୁର କରିଥିବା ଜିଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here