ନିଅଂଟିଆ ଜଳ ଭରଣା କରିବ ଲଘୁଚାପ ବର୍ଷା

0
27

ବ୍ରହ୍ମପୁର(ଓବି ନ୍ୟୁଜ୍): ବର୍ଷା ଜଳ ଅଭାବ ଯୋଗୁଁ ଚିନ୍ତାରେ ଚାଷୀକୁଳ । ତେବେ ୨ରୁ ୩ଦିନ ତଳେ ହୋଇଥିବା ଲଗାଣ ବର୍ଷା ସେମାନଙ୍କୁ ଆଶ୍ୱସ୍ତ କରିଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରେ ହାରାହାରି ଭଲ ବର୍ଷା ହୋଇଥିବା ବେଳେ ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକରେ ଅପେକ୍ଷାକୃତ କମ୍ ବର୍ଷା ହୋଇଛି । ଗତ ବର୍ଷ ଜୁନ ମାସରେ ୧୬୮ ମିଲିଲିଟର ବର୍ଷା ସ୍ଥାନରେ ହୋଇଥିଲା ୧୦୧ ମିଲିମିଟର । ତେବେ ଚଳିତ ବର୍ଷ ହୋଇଛି ୧୧୨ ମିଲିଲିଟର । ସେହିପରି ବତବର୍ଷ ଜୁଲାଇ ମାସରେ ୨୨୦ ମିଲିମିଟର ସ୍ଥାନରେ ହୋଇଥିଲା ୩୬୩, ତେବେ ଚଳିତ ମାସ ହୋଇଛି ୨୨୫ ମିଲିଲିଟର ।
ଯାହାକି ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ଲଗାଣ ବର୍ଷା ଯେଗୁଁ ଚାଷୀ ମାନେ ଆଶ୍ୱସ୍ତ ଅନୁଭବ କରିବା ସହ ବିଭିନ୍ନ ଧାନ କ୍ଷେତରେ ତଳି ଋଆ, ବେଉଷଣ, କାଦ ମରା ଆଦି କାମ ଆରମ୍ଭ କରି ଦେଇଛନ୍ତି । ହେଲେ ଅନ୍ୟ ବ୍ଲକରେ ହୋଇଥିବା କମ୍ ବୃଷ୍ଟିପାତ ଆସନ୍ତା ୧ ଓ ୨ ତାରିଖରେ ହେବାକୁଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଭରଣା ହୋଇଯିବ ବୋଲି ବ୍ରହ୍ମପୁର କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here