ନୀୟମ ଫାଙ୍କି ରାସ୍ତାରେ ଗଡ଼ୁଛି ପଥର ବୋଝେଇ ଟ୍ରକ୍

0
85

ପୁରୁଷୋତମପୁର(ଓବି ନ୍ୟୁଜ୍): ରାସ୍ତା ପ୍ରଶସ୍ତିକରଣ ପାଇଁ ହେଉ କି ବଡ଼ ଖାଲଖମା ଭରଣ ପାଇଁ ହେଉ କି ଅବା ବନ୍ଦରରେ ଜେଟି ନିର୍ମାଣ ପାଇଁ ହେଉ ଆବଶ୍ୟକ ପଡ଼ିଥାଏ ବଡ଼ ବଡ଼ ପଥରର । ହେଲେ ସରକାରୀ ନୀୟମକୁ ଖୁଲାଖୁଲି ଉଲ୍ଲଘଂନ କରି ଟ୍ରକ୍ ଗୁଡ଼ିକରେ ବଡ଼ ବଡ଼ ପଥର ବୋଝେଇ ହୋଇ ଜାତୀୟ ରାଜପଥରେ ଯାଉଥିବା ଦୃଶ୍ୟ ପଥଚାରୀଙ୍କ ମନରେ ଅଜଣା ଭୟ ସୃଷ୍ଟି କରିବା ସହ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି । ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପାହାଡ଼ରୁ ବଡ଼ ବଡ଼ ପଥର ଫଟା ଯାଇ ସେସବୁକୁ ଟ୍ରକରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ବୋଝେଇ କରାଯାଇ ଚାଲାଣ କରାଯାଉଥିବା ଦୃଶ୍ୟ ପ୍ରତିଦିନ ଜାତୀୟ ରାଜପଥରେ ଦେଖିବାକୁ ମିଳୁଛି ।
ରାସ୍ତାରେ ଦୈନନ୍ଦିନ ବହୁ ଯାନବାହାନ ଯାତାୟତ କରୁଥିବାରୁ କେତେବେଳେ ଯେ ଟ୍ରକ୍ ରୁ ପଥର ଖସି ଦୁର୍ଘଟଣା ଘଟିବ ତାହା କହି ହେବନାହିଁ । ବେଳେ ବେଳେ ଟ୍ରକ୍ ରୁ ପଥର ଖସି ରାସ୍ତା କଡ଼ରେ ପଡ଼ୁଥିବାର ନଜିର ମଧ୍ୟ ରହିଛି ।
ବ୍ରହ୍ମପୁର ସହର ନିକଟ ଦେଇ ଯାଇଥିବା ରାଜପଥରେ ଏସବୁ ଟ୍ରକ ଯାତାୟତ କରୁଥିବା ସହ ତାହା କେଉଁଠାକୁ ଯାଉଛି କଣ ପାଇଁ ଯାଉଛି ତାକୁ ନେଇ ସାଧାରଣରେ ହେଉଛି ଚର୍ଚ୍ଚା । ହେଲେ ଏସବୁ ନୀୟମର ତନଖି କରୁଥିବା ଅଧିକାରୀମାନେ ଏସବୁ ଟ୍ରକ୍ କୁ କିପରି ଅଣଦେଖା କରି ଦେଉଛନ୍ତି ତାହା ଅନେକଙ୍କ ମନରେ ସୃଷ୍ଟି କରୁଛି ପ୍ରଶ୍ନ । ଏଣୁ ସମସ୍ତଙ୍କର ନିବେଦନ ଟ୍ରକରେ ବୋଝେଇ ହୋଇ ଯାଉଥିବା ପଥର ଯେପରି ଖସି ନପଡ଼େ ସେଥି ପ୍ରତି ସଂପୃକ୍ତ ବିଭାଗର ଅଧିକାରୀ, ଟ୍ରକ୍ ମାଲିକ ମାଲିକ ଓ କର୍ତୃପକ୍ଷ ଧ୍ୟାନ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here