ସାନଖେମୁଣ୍ଡି(ଓବି ନ୍ୟୁଜ୍)(ସନ୍ତୋଷ କୁମାର ଦାସ): ପାଟପୁର ଥାନା ପୁଲିସର ଆମ ପୁଲିସ ସମିତି ପକ୍ଷରୁ ସାହାସପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସରପଂଚ ପୁଷ୍ପାଞ୍ଜଳି ରାଉଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ରକ୍ରମରେ ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ରମେଶ କୁମାର ପ୍ରଦାନ, ଆମ ପୁଲିସ ସମିତିର ଉପଦେଷ୍ଟା ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ, ଯୁବ ସଂଗଠକ ଦୁର୍ଗା ପ୍ରସାଦ ପାଢୀ, ପୂର୍ବତନ ସରପଂଚ ଈଶ୍ୱର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରାଉଳ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଥିଲେ । ବିଶେଷ କରି ସମାଜର କୁସଂସ୍କାର, ନିଶାଦ୍ରବ୍ୟ ବାରଣ, ଟ୍ରାଫିକ ସଚେତନତା, ବ୍ୟାଙ୍କ ଏଟିଏମ ବ୍ୟବହାର ସଂପର୍କରେ ଆଲୋଚନା ହୋଇଥିଲା ।