ବ୍ରହ୍ମପୁର ସହରରେ ମହାଆଡ଼ମ୍ବରରେ ହୋଲି ଉତ୍ସବ ପାଳିତ

1
132

ବ୍ରହ୍ମପୁର(ଓବି ନ୍ୟୁଜ): ରଙ୍ଗର ପର୍ବ ହୋଲି । ଚାରିଆଡ଼େ ଏହି ହୋଲି ଉତ୍ସବକୁ ଧୁମଧାମରେ ପାଳନ କରାଯାଇଛି । ଏଥି ପାଇଁ ପଲ୍ଲୀରୁ ସହର ସବୁ ଆଡ଼େ ରଙ୍ଗ ବେରଙ୍ଗର ହୋଲିରେ ରଙ୍ଗେଇ ହୋଇଛନ୍ତି ପିଲା ଠାରୁ ଅରମ୍ଭ କରି ଯୁବକ ଓ ମହିଳା ମାନେ । ଏହି ପର୍ବରେ ସମସ୍ତେ ପରସ୍ପରକୁ ରଙ୍ଗ ବୋଳି ନିଜର ଖୁସି ପ୍ରକାଶ କରନ୍ତି ।


ସେହିପରି ଇଂଜିନିୟରିଂ ସ୍କୁଲ ଯୁବକ ଓ ବ୍ୟବସାୟୀ ସଂଘ ତରଫରୁ ହୋଲି ଉତ୍ସବ ପାଳିତ ହୋଇଛି । ଏଥିରେ ସଭାପତି ମଳୟ ବିଶୋୟୀ, ସନ୍ତୋଷ କୁମାର ସାହୁ, କୁନା ସାହୁ, ପ୍ରମୋଦ କୁମାର ସାହୁ, ଗୋପିନାଥ ମହାରଣା, ହରିହର ରାଓ, ରମୀୟ ପାଢୀ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ନିଜ ନିଜ ଭିତରେ ହୋଲି ବୋଳି ରଙ୍ଗର ପର୍ବ ପାଳନ କରିଥିଲେ ।


ସେହିପରି ଆଙ୍କୁଲି ହାଇସ୍କୁଲ ଛକର ଯୁବକମାନେ ହୋଲି ଉତ୍ସବ ପାଳନ କରିବା ସହ ସମସ୍ତଙ୍କୁ ମିଠା ମଧ୍ୟ ବଂଟନ କରିଥିଲେ । ଏଥିରେ କୁରେଶ ଦାଶ, କାଳୁ, ଅଶୋକ, ମଂଟୁ, ସନ୍ତୋଷ ପ୍ରମୁଖ ଉପସ୍ଥିତ ରହିଥିଲେ ।


ବସଷ୍ଟାଣ୍ଡ୍ ନିକଟ ବି.ଏମ୍ କ୍ଲନିକ୍ ତରଫରୁ ମହାଆଡ଼ମ୍ବରରେ ହୋଲି ଉତ୍ସବ ପାଳନ କରାଯାଇଥିଲା ।

ସେହିପରି ଛୋଟ ଛୋଟ ଶିଶୁଙ୍କ ଦ୍ୱାରା ଆଙ୍କୋଲି ୱାଣ୍ଡର୍ ଷ୍ଟ୍ରାଜ୍ ପ୍ଲେ ସ୍କୁଲରେ ମଧ୍ୟ ହୋଲି ଉତ୍ସବ ପାଳନ ହୋଇଥିଲା ।

ସେହିପରି ଅଯୋଧ୍ୟା ନଗରରେ ମଧ୍ୟ ଛୋଟ ଶିଶୁ ମାନେ ନିଜ ନିଜ ମଧ୍ୟରେ ହୋଲି ବୋଳିବା ସହ ମିଠା ଖାଇ ହୋଲିର ମଜା ନେଇଥିଲେ ।

1 COMMENT

LEAVE A REPLY

Please enter your comment!
Please enter your name here