ସହାୟତା ଅପେକ୍ଷାରେ ଅସହାୟ

0
23

ପାତ୍ରପୁର (ଓବି ନ୍ୟୁଜ୍)(ବଦ୍ରି ନାରାୟଣ ରଣା) ; ଗରିବ, ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି । ଗରିବ ଏବଂ ଅସହାୟ ମାନେ ଯୋଜନାରେ କେତେ ଉପକୃତ ହେଉଛନ୍ତି ଏହାର ହିସାବ ସରକାରଙ୍କ ପାଖରେ ନାହିଁ । ପାତ୍ରପୁର ବ୍ଲକ ଖରିଆଗୁଡା ବିଶ୍ରାମଗାରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଖରିଆଗୁଡା ବିଶ୍ରାମଗାରରେ ଆଜିକି ପ୍ରାୟ ୫ଦିନ ହେବ ଜଣେ ଲୋକ ଅସହାୟ ଭାବରେ ପଡିରହିଛି । ଅସହାୟ ବ୍ୟକ୍ତିଙ୍କୁ କିଛି ଲୋକ ନାମ ଓ କେଉଁ ଗ୍ରାମର ବୋଲି ପଚାରିବାରୁ ସେ ନାମ ନାରଣ ଏବଂ ଗ୍ରାମ କେଲୁହା ବୋଲି ଅସ୍ବଷ୍ଟ ଭାବେ କହୁଛନ୍ତି । ରୋଗାକ୍ରାନ୍ତ ହୋଇ ଅସହ୍ୟ ହୋଇ ସେ ଏଠାରେ ପଡି ରହିଥିବା ବେଳେ କିଛି ଲୋକ ତାଙ୍କୁ ଖାଦ୍ୟ, ପାଣି ଦେଇଥିଲେ ମଧ୍ୟ ସେ କିଛି ବି ଖାଉନାହାନ୍ତି । ଯୁବକ ଜଣକ କହିବା ଅନୁଯାୟୀ କିଛି ଲୋକ କେଲୁହା ଯାଇ ପଚାରି ଥିଲେ କିନ୍ତୁ ଠିକଣା ନପାଇବାରୁ ଫେରିଆସିଛନ୍ତି । ଉକ୍ତ ଅସହାୟ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଚିକିତ୍ସା ଯୋଗାଇ ଦେବା ଏବଂ ଠିକଣା ଜାଗାରେ ପହଞ୍ଚାଇବାକୁ ବୁଦ୍ଧିଜୀବୀ ମହଲରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here