ନିର୍ଯ୍ୟାତିତ ମହିଳାଙ୍କ ଏକ କାଳୀନ ସମାଧାନ କେନ୍ଦ୍ର “ୱାନ ସ୍ଟପ୍ ସେଣ୍ଟର (ସଖୀ) ଉଦଘାଟିତ

0
143

ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) ; କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ରହିଥିବା ପୂର୍ବ ନିର୍ଦେଶନାମା ପ୍ରକାରେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସ୍ୟାଳୟ ପରିସରରେ ନିର୍ଯ୍ୟାତିତ ମହିଳାଙ୍କ ପାଈଁ ଏକ-କାଳୀନ ସମାଧାନର କେନ୍ଦ୍ର “ୱାନ ସ୍ଟପ୍ ସେଣ୍ଟର(ସଖୀ)” ଆଜି ଉଦଘାଟିତ ହୋଇ ଯାଇଛି ଗୋଟିଏ ପାଖରେ ହିଁ ଏହା ନିର୍ଯ୍ୟାତିତ ମହିଳା ଓ ବାଳିକା ମାନଙ୍କ ପାଇ ରହିଥିବା ସମାଧାନର କେନ୍ଦ୍ର । ମୁଖ୍ୟତଃ , ଯେଉଁ ମହିଳା ଓ ବାଳିକା ମାନେ କୋଣସି ବଳାତ୍କାର ,ଅପହରଣ ,ନିଖୋଜ ପାରିବାରିକ ହିଂସା , ଏସିଡ କି ଅମ୍ଳ ଆକ୍ରମଣ , ଶୋଷଣ କୀ ଶିଶୁ ଯୌନ- ଉତ୍ପିଡନ , ମହିଳା ଚାଲାଣ , ବାଲ୍ୟ-ବିବାହ ,ସାଇବର କ୍ରାଇମ ଓ ଯୌତୁକ ନିର୍ଯ୍ୟାତନା ମୃତ୍ୟୁ ପ୍ରଭୃତି ହିଂସାର ଶିକାର ହେଉଥିବେ , ସେମାନେ ହିଁ ସମ୍ପୃକ୍ତ ସମାଧାନ କେନ୍ଦ୍ରରେ ବିଶେଷ ସୁବିଧା ପାଇପାରିବେ ସମାଧାନ କେନ୍ଦ୍ରରେ ମିଳିବାକୁ ଥିବା ସମନ୍ବିତ ସୁବିଧା ଓ ସହଯୋଗ ସୁବିଧା-ବ୍ୟବସ୍ଠା ଗୁଡ଼ିକ ମଧ୍ୟରେ ଡାକ୍ତରୀ ପୋଲିସ , ଆଇନଗତ ସହାୟତା ସମେତ ମନସ୍ତ।ତ୍ତିକ ଓ ସାମାଜିକ ପରାମର୍ଶ ଏବଂ ଆଶ୍ରୟ ପ୍ରଭୃତି ସୁବିଧା- ବ୍ୟବସ୍ଥା ପାଇପାରିବେ । ଏହି ସମାଧାନ କେନ୍ଦ୍ର ୨୪ ଘଣ୍ଟା ଧରି ଖୋଲା ରହିବ ଏହି ସମାଧାନ କେନ୍ଦ୍ରକୂ ଜିଲ୍ଲାପାଳ ଅନୁପମ ଶାହା ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣା , ସିଡ଼ି଼ଏମଓ ଡ଼ଃ ଗୁନୁରାଣୀ ପଟନାୟକ ,ଏଡିଏମ ଡ଼ଃ ସରୋଜ କୁମାର ମିଶ୍ର , ଡିଏସଡବ୍ଲୁଓ- କୁନ୍ତଳା କୁମାରୀ ମଲ୍ଲିକ , ଡିପିଏମ- ସୌମ୍ୟା ଗୌଡ , ଚାଇଲଡ଼ ଲାଇନ ନିର୍ଦେଶକ ସୁଧୀର ସାବତ , ଚାଇଲର୍ଡ ଲାଇନ ସଂଯୋଜକ ନଗେଶ୍ବର୍ ଚୋଧୁରି , ଜୁଭେନାଇଲ ବୋର୍ଡ ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ , ସମାଧାନ କେନ୍ଦ୍ର ଉପରେ ଅନୁଷ୍ଠିତ ହୋଇଥିଲା । ନିର୍ଯ୍ୟାତିତ ମହିଳା ମାନଙ୍କ ଏହି ଏକକାଳୀନ ସମାଧାନ କେନ୍ଦ୍ର (ସଖୀ)ର ବିଭିନ୍ନ ସୁବିଧା ବ୍ୟବସ୍ଥା ଯୋଗାଇ ଦିଆଯିବାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ମହିଳା ମାନଂକ ପ୍ରତି ହେଉଥିବା ଅତ୍ୟାଚାର ମାନବ ଅଧିକାରକୁ ଉଲଂଘନ କରୁଥିବା ସହ ସେମାନଙ୍କର ଭୌତିକ , ମାନସିକ ଓ ଶୋଷଣ ସହ ଯୌନ ନିର୍ଯ୍ୟାତନାକୁ ସମାଜରୁ ମୁଳ ଉତ୍ପାଟନ କରିବା ପାଈଁ ଏବଂ ବଳାତ୍କାର ଭଳି ଜଘନ୍ୟ ଅପରାଧ , ବାଲ୍ୟ ବିବାହ ଓ ପାରିବାରିକ ହିଂସାକୁ ରୋକିବା , ମହିଳା ଚାଲାଣ ପ୍ରତିରୋଧ କରିବା ଏବଂ ଯୌତୁକ ନିର୍ଯ୍ୟାତନା ତଥା ସମସ୍ତ ପ୍ରକାର ହିଂସାରୁ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଈଁ ପ୍ରୟାସ ଜାରୀ ରହିବ କହିଥିଲେ । ଅନ୍ୟ ପକ୍ଷରେ ଏହି ସମାଧାନ କେନ୍ଦ୍ରଟିର୍ ଆଧୁନିକରଣ ବ୍ୟବସ୍ଥା ସହ ତାର ସମସ୍ତ ନିରାପତ୍ତା ଓ ସୁରକ୍ଷା କିଭଳି ରହିବ ,ତାର ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଏସପି ତଥା ଆରକ୍ଷୀ ଅଧିକ୍ଷିକା ସାରା ଶର୍ମା ଯୋଗ ଦେଇ ନିର୍ଯ୍ୟାତିତ ମହିଳା ମାନଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୁବିଧା-ବ୍ୟବସ୍ଥା ଦିଆଯିବା ସହ ସେମାନଙ୍କ ସମସ୍ତ ବିକାଶ କାର୍ଯ୍ୟ କରାଯିବ ବୋଲି କହିଥିଲେ । ଅନ୍ୟ ପକ୍ଷରେ , ଯେ କେହି ଚାହିଁଲେ ମଧ୍ୟ ମାନବ ଚାଲାଣକୂ ରୋକିବା ଦିଗରେ ସହାୟକ ହୋଇ ପାରିବ ,ସେଥିପାଇଁ କୋଣସି ଦଲାଲ କି ଟାଉଟର ଗ୍ରାମକୁ ଆସୀ ମିଥ୍ୟା ପ୍ରଲୋଭନ ଦେଖାଇବା ଭଳି ନଜରକୁ ଆସେ ତାହା-ହେଲେ ତୁରନ୍ତ ନିକଟସ୍ଥ ପୋଲିସ ଥାନା ,ନଚେତ ଚାଇଲଡ ଲାଇନ–୧୦୯୮ କୁ ଫୋନ କି, ରାଜ୍ୟ ସରକାରଙ୍କ–୦୬୭୧-୨୩୦୪୩୧୪ କୁ ଫୋନ କାରୀ ଜଣାନ୍ତୁ ଏବଂ ସେହି ଟାଉଟର/ଦଲାଲ ମାନଙ୍କ ସମସ୍ତ ଯିବା-ଆସିବା ଗତିବିଧି ପ୍ରତି ତିକ୍ଷଣ ଦୃଷ୍ଟି ରଖିବା ପାଈଁ ପରାମର୍ଶ ଦିଆ ଯାଇଛି । । ଅନ୍ୟ ପକ୍ଷରେ ଏହି ସମାଧାନ କେନ୍ଦ୍ରର ବିଭିନ୍ନ ସ୍ଥାନରେ ନିର୍ଯ୍ୟାତିତ ମହିଳା ମାନଂକ ସମ୍ପର୍କିତ ବିଭିନ୍ନ ପ୍ରକାରର ସଚେତନତା ପୋଷ୍ଟର ସବୁ ଲଗାଯାଇଛି । କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିବା ସମସ୍ତଙ୍କୁ ଏ ସମ୍ପର୍କିତ ସଚେତନତା ପାମ୍ପ୍ଲେଟ୍ୱ ତଥା ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ହସ୍ପିଟାଲ ମେନେଜର ସାଇ ପ୍ରସାଦ ଦାସ , ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟର ଅଧିକ୍ଷକ ଡ଼ଃ ରମେଶ ଚନ୍ଦ୍ର ମିଶ୍ର , ପ୍ରମୁଖ ଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ସୁପରଭାଇଜର ସାରଳା ପାତ୍ର ,ରଶ୍ମି ରଂଜନ ସେଠୀ , ଅଜୟ କୁମାର ନାୟକ , ସୁବାଷ ପାଣିଗ୍ରାହି , ଆଇ,ଏସ,ଆର,ଡି, ଅନୁଷ୍ଠାନର ସହ-ନିର୍ଦେଶକ ପ୍ରଭୁ ପ୍ରସାଦ ପାତ୍ର , ଚାଇଲ୍ଡ଼ ଲାଇନର ଚୌଧୁରୀ ଶୁରେଷ୍ କୁମାର ,ଭେଁଙ୍କେଟ ସେନାପତି , ଭି, ମୁରଲୀ , ଗଙ୍ଗାବାଡ ରାଜୁ ଶବର , ସଲମାନ ଚୌଧୁରୀ ,ମଂଜୁଳା ଚୌଧୁରୀ , ଏବଂ ବିଜୟୀନୀ ମହିଳା ସହାୟତା କେନ୍ଦ୍ରର ଶୀଲି ପରିଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ରେ ବିଶେଷ ସହଯୋଗ କରିଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ କୁ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ପ୍ରଯୋଜନା କରୁଥିବା ବେଳେ ଆଇ,ଏସ,ଆର,ଡି,-ଅନୁଷ୍ଠାନକୁ ଏହାର ପରିଚାଳନା ଦାୟିତ୍ଵ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here