ହିଂଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ; ହିଂଜିଳିକାଟୁ ବ୍ଲକ ଓ ପୌରପରିଷଦ ରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଓ ଚୋରା ମଦବେପାରୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗର କାର୍ଯ୍ୟଳୟ ରହିଛି ସତ। କିନ୍ତୁ ଅବକାରୀ ବିଭାଗର କାର୍ଯ୍ୟ ପ୍ରତି ସାଧାରଣ ରେ ସନ୍ଦେହ ସୃଷ୍ଟି ହୋଉଛି । ହିଞ୍ଜିଳି ଥାନା ପକ୍ଷରୁ ୬ମାସ ମଧ୍ୟ ରେ ସ୍ଥାନୀୟ ଥାନା ଅଂଚଳରେ ଚୋରା ମଦ କାରବାର କରୁଥିବା ପ୍ରାୟ ୪୫ରୁ ଉର୍ଦ୍ଧ୍ବ କେସ ରେ ୪୦ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏବେ ମଧ୍ୟ ଧରପଗଡ ରେ ପୁଲିସ ସକ୍ରିୟ ଥିବା ନଜର ରହିଛି । କାହିଁକି ନିରବ ସାଜିଛି ଅବକାରୀ ବିଭାଗ ? କଣ ଚୋରା ମଦ ବେପାରୀଙ୍କ ସହ ମଧୁ ଚନ୍ଦ୍ରିକା ଚାଲିଛି କି! ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଗତକାଲି ରାତି ରେ ହିଞ୍ଜିଳି ଥାନା ଅଧୀନରେ ଆସୁଥିବା ଦୁଇଟି ଗ୍ରାମରୁ ବିଭିନ୍ନ ବ୍ରାଣ୍ଡର ୩୫ ବୋତଲ ବିଦେଶୀ ସମେତ ସାଡେ ୭ ଲିଟର ଦେଶୀ ମଦ ଜବତ କରି ୨ଜଣ ବ୍ୟକ୍ତିଙ୍କୁ ଗିରଫ କରି କେସନଂ- ୧୯୧ /୧୯ ରେ ୧ଟି ମାମଲା ରୁଜୁ କରାଯାଇ ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ସ୍ଥାନୀୟ ଅଂଚଳରେ ଅବକାରୀ ବିଭାଗୀୟ କାର୍ଯ୍ୟାଳୟ ଭଡ଼ା ଘରେ ରହିଥିବାରୁ ସ୍ଥାୟୀ ଠିକଣା ମଧ୍ୟ ସଠିକ୍ ରହୁନାହିଁ କାର୍ଯ୍ୟାଳୟ ବହୁ ସମୟରେ ତାଲା ଝୁଲୁଥିବା ହେତୁ ଅଭିଯୋଗ କରିବା ପାଇଁ ସାଧାରଣ ଲୋକଟି ଆସି ନିରାଶ ହୋଇ ଫେରୁଥିବା ଯୋଗୁଁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।