ଶିଶୁ ମାନଙ୍କୁ ଯୈନ ଅପରାଧରୁ ସୁରକ୍ଷା ଅଧିନିୟମ-୨୦୧୨ କର୍ମଶାଳା

0
75

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଗଂଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ସମଗ୍ରଶିକ୍ଷା ଅଭିଯାନ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ଓ ଗଂଜାମ ପୁଲିସ ଜିଲ୍ଲାର ମହିଳା ଓ ଶିଶୁ ଡେସ୍କ ଅଧିକାରୀ ମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଶିଶୁ ମାନଙ୍କୁ ଯୈନ ଅପରାଧରୁ ସୁରକ୍ଷା ଅଧିନୀୟମ୨୦୧୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଯୋଗଦେଇ ଶିଶୁ ସୁରକ୍ଷା ଦିଗରେ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ଭଲ ଭାବରେ ତୁଲାଇବେ , ଏହି ଅଧିନୀୟମରେ ଥିବା ସମସ୍ତ ପ୍ରାବଧାନ ବିଷୟରେ ଜାଣିବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହନ କରାଯାଇଛି । ଶିଶୁ ଓ ମହିଳା ମାନେ ଯେପରି ସୁସ୍ଥ ପରିବେଶରେ ବଞ୍ଚିବେ ଓ ବଢିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ସମ୍ମାନୀତ ଅତିଥୀଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ରେଡ୍ଡୀ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତିକୃଷ୍ଣ ବେହେରା, ଜେଣ୍ଡର କୋ-ଡିନେଟର ଜ୍ୟୋତି ପ୍ରକାଶ ରଥ, ଚାଇଲ୍ଡଲାଇନ ସଂଯୋଜକ ସାଇ ପ୍ରସାଦ ସାମଲ ଯୋଗଦେଇ ଅଧିନୀୟମ ଉପରେ ନିଜନିଜ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ସାଧନବ୍ୟକ୍ତି ରୂପେ ଗଂଜାମ ଜିଲ୍ଲା କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭାରତୀ ପାଢି ଯୋଗଦେଇ କିଶୋର ନ୍ୟିାୟ (ଯତ୍ନ ଓ ସୁରକ୍ଷା) ଅଧିନୀୟମ ୨୦୧୫ରେ ପ୍ରାବଧାନ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଗଜପତି ଜିଲ୍ଲା ଶିଶୁ ମାନଙ୍କୁ ଯୋ÷÷ନ ଶୋଷଣରୁ ସୁରକ୍ଷା ଅଧିନୀୟମ-୨୦୧୨ର ସମସ୍ତ ଦିଗ ଓ ଏଥିରେ ଥିବା କଠୋର ଦଣ୍ଡ ବିଧାନର ପ୍ରାବଧାନ ବିଷୟରେ ବିସ୍ତୃତ ବିବରଣୀ ରଖିଥିଲେ । କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁଦାମ ପାଣିଗ୍ରାହି ଓ ଶିବ ପ୍ରସାଦ ରଥ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here