ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ଟାଟା ପ୍ରକଳ୍ପରେ ପାଇଁ ଜମି ହରାଇଥିବା ବିସ୍ଥାପିତ ଶ୍ରମିକ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବି କରି ଆନ୍ଦୋଳନ ଓହ୍ଲାଇଥିଲେ । ଆନ୍ଦୋଳନ କରୁଥିବା ୭୮ ଜଣ ଶ୍ରମିକଙ୍କୁ ପୁଲିସ ଅଚାନକ ଗତକାଲି ଗିରଫ କରି ବିଳମ୍ବିତ ରାତ୍ରୀରେ ଜେଲକୁ ପଠାଇଥିଲେ । ଏହାର ପ୍ରତିବାଦରେ ଆଜି ଜେଲ ଯାଇଥିବା ଶ୍ରମିକ ମାନଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ ମାନେ ଏକତ୍ର ହୋଇ ଚମାଖଣ୍ଡି ସ୍ଥିତ ଟାଟା କାର୍ଯ୍ୟାଳୟର ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ ଅଭି ଯୋଗ କରିଛନ୍ତି ଯେ ଜମି ଆମର, ପାଣି ଓ ପବନ ଆମର ଏଠାରେ ପିଲାମାନେ ନିଯୁକ୍ତି ମାଗିଲେ ମାଡମାରି ସେମାନଙ୍କୁ ମିତ୍ୟା ମାମଲାରେ ଜେଲ ପଠାଯାଉଛି । ଟାଟା କଂପାନୀ ଓ ପ୍ରଶାସନ ମିଶି ଜାଣିସୁଣି ଆମକୁ ହଇରାଣ କରୁଛନ୍ତି । ୧୯୯୬ ମସିହାରେ ଏଠାରେ ମେଗା ଇସ୍ପାତ କଂପାନୀ ହେବ ବୋଲି ଆମ ଠାରୁ ଜମି ଅଧିଗ୍ରହଣ କରି ଘର କୁ ଘର ଜଣେ ଲେଖାଁଏ ବ୍ୟକ୍ତି ଚାକିରୀ ଦେବ ବୋଲି କହିଥିଲା । ମାତ୍ର ଇସ୍ପାତ କଂପାନୀ ବଦଳରେ ଏଠାରେ ଟାଟା ଇକନୋମିକ୍ ଜୋନ ହେଲା । କିନ୍ତୁ ଆମ ପିଲାମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଲା ନାହିଁ । ଠିକା ଶ୍ରମିକ ଭାବେ ସେମାନଙ୍କୁ ଦୀର୍ଘ ବର୍ଷ ଧରି କାର୍ଯ୍ୟରେ ନିୟୋଜିତ କଲେ । ସ୍ଥାନୀୟ ନିଯୁକ୍ତି ମାଗିବାରୁ ସେମାନଙ୍କୁ ଜେଲ ପଠା ଗଲା । ଏହାକି ଅନ୍ୟାୟ , ଅନ୍ଧ ରାଜୁତି ଚାଲିଛି । ଏଠାରେ ରାଜନୈତିକ ବ୍ୟକ୍ତି ଏବଂ କଂପାନୀରେ କଣ୍ଟାକ୍ଟର ଭାବେ କାର୍ଯ୍ୟକରୁଥିବା ଦଲାଲ ଏବଂ ପ୍ରଶାସନର ମିଳିତ ସହଯୋଗରେ ଆମକୁ ଅଣଦେଖା କରାଯାଇଛି । କାହାର ବାପା, ପୁଅ, ସ୍ୱାମୀ ମାନେ ଜେଲ ଯାଇଥିବାରୁ ଆମ ମାନଙ୍କ ଅସୁବିଧା କହିଲେ ନସରେ ବୋଲି ଜେଲଯାଇଥିବା ଶ୍ରମିକଙ୍କ ପରିବାର ଲୋକମାନେ କହିଥିଲେ ।
ଗତ କାଲି ଟାଟା ପ୍ରକଳ୍ପ ପରିସରରେ ଆନ୍ଦୋଳନ କରୁଥିବା ଶ୍ରମିକମାନଙ୍କୁ ଅଚାନାକ ସେଠାରୁ ଉଠାଇ ପଦାକୁ ଆଣିବା ବେଳେ ପ୍ରକଳ୍ପ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ପରିବାର ଓ ପୁଲିସର ମୁହାଁମୁହିଁ ହୋଇଥିଲ।। ଏଥିରେ ଶ୍ରମିକମାନଙ୍କ ପରିବାରର ୬ ଜଣ ମହିଳାଙ୍କ ସମେତ ୧୦ ଜଣ ପୁଲିସର ଆକ୍ରମଣରେ ଶିକାର ହୋଇଛନ୍ତି । ଟାଟା ପ୍ରକଳ୍ପ ପାଇଁ ଜମି ହରାଇବା ସହ ନିଜର ପିଲାମାନେ ପ୍ରକଳ୍ପରେ ସ୍ଥାୟୀ ଚାକିରୀ କରିବେ ବୋଲି କ୍ଷତିପୂରଣ ୭ ଲକ୍ଷ ଟଙ୍କା ଛାଡିଥିଲୁ, ଆଜି ଏହି ଦିନ ଦେଖିବାକୁ ପଡୁଛି । ଯେ ଜମି ଗଲା ଏବଂ ପିଲାମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ହେବାକୁ ଯାଉଛି ବୋଲି ଶ୍ରମିକମାନଙ୍କ ପରିବାରମାନେ ଅଭିଯୋଗ କରିଥିଲେ । ପୁଲିସ ଦୁଇଟି ଭ୍ୟାନ୍ରେ ଟାଟା ପ୍ରକଳ୍ପ ପରିସରରୁ ଶ୍ରମିକମାନଙ୍କୁ ଗିରଫ କରି ଛତ୍ରପୁର ସ୍ଥିତି ରିଜର୍ଭ କାର୍ଯ୍ୟାଳୟ ପରିସରରେ ରଖିଥିଲେ । ସେଠାରେ ଦୀର୍ଘ ସମୟ ଧରି ଶ୍ରମିକମାନେ ଭ୍ୟାନ୍ରୁ ଓହ୍ଲାଇନଥିଲେ । ପୁଲିସ ସେମାନଙ୍କୁ ପାଣି ପିଇବାକୁ ଦେଇଥିବା ବେଳେ ଶ୍ରମିକମାନେ ଆମକୁ ଯଦି ଦେବାର ଅଛି ବିଷ ଦିଆଯାଉ ବୋଲି ମଧ୍ୟ କହିଥିଲେ । ଟାଟା କଥାରେ ପଡି ଜିଲ୍ଲା ପ୍ରଶାସନ ଓ ପୁଲିସ ଆମ୍ଭର ଭିବଷ୍ୟତ ସହ ଖେଳ ଖେଳୁଛନ୍ତି । ଏପରିକି ମା ଓ ଭଉଣୀ ଉପରକୁ ପୁଲିସ ହାତ ଉଠାଇଛି । ଏହାକୁ ଆମେ କଦାପି ସହ୍ୟ କରିପାରିବୁ ନାହିଁ ବୋଲି ମଧ୍ୟ କହିଥିଲେ । ପରେ ରିଜର୍ଭ କାର୍ଯ୍ୟାଳୟରୁ ୭୮ଜଣ ଗିରଫ ଶ୍ରମିକଙ୍କୁ ପୁଲିସଦୁଇଟି ମାମାଲରେ ବିଳମ୍ବିତ ରାତ୍ରୀରେ ଜେଲ କୁ ପଠାଇଥିଲେ । ୨୭.୦୬.୨୦୧୯ ରେ ଟାଟା କଂପାନୀ ପରିସରରେ ହୋଇଥିବା ଭଙ୍ଗାରୁଜା ମାମଲାରେ କେସନଂ ୭୩/୨୦୧୯ରେ ରୁଜୁ କରି ୧୭୭,୧୭.୩୪୧,୩୨୩,୨୯.୫୦୬,୪୨.୩୦୭, ୧୪୯ ଦଫା ଲଗାଇ ୨୬ଜଣ ଗିରଫକରି ଜେଲକୁ ପଠାଇଥିଲେ । ସେହିପରି ୨୯.୦୭.୨୦୧୯ରେ ଆଉ ଏକ ମାମଲା ରେ ୮୯/୨୦୧୯ କେସ୍ ରଜୁ କରି ୧୪୭,୪୪.୨୯୪,୫୦.୧୪୯ ଦଫ ଲଗାଇ ୫୨ଜଣଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ । ଆନ୍ଦୋଳନ କାରୀ ମାନଙ୍କ ପକ୍ଷରୁ ମଧ୍ୟ କଂପାନୀର ୯ଜଣଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ୧୭.୦୭.୨୦୧୯ ତାରିଖ ଦିନ ଏକ ମାମଲା ଚମାଖଣ୍ଡି ଥାନାରେ ଦାଖଲ ହୋଇଛି । ଏଥିରେ ପୁଲିସ ପକ୍ଷରୁ ୮୪/୨୦୧୯ ର ଏକ କସ୍ ରୁଜୁ କରି ୩୪୧,୩୨.୨୯୪,୫୦୬, ୩୬ଆଇପିସି ଦଫା ଲଗାଯାଇଥିବାର ଜଣାପଡିଛି ।
ଆଜି ଛତ୍ରପୁର ସବ୍ ଜେଲରେ ୭୮ଜଣ ଶ୍ରମିକମାନଙ୍କ ପରିବାର ବର୍ଗ ସକାଳୁ ହାତରେ ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଧରି ମିଶିବା ପାଇଁ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା । ଛତ୍ରପୁର ସବ୍ଜେଲରେ ଆଜି ସୁଦ୍ଧା ମୋଟ ୨୧୭ଜଣ ବିଭିନ୍ନ ମାମଲାରେ ରହିଥିବା ବେଳେ ସେଥିମଧ୍ୟରୁ ୨୧୪ଜଣ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ୧୪ଜଣ କର୍ମଚାରୀଙ୍କ ୨ଜଣ ଅଫିସର ରହିଛନ୍ତି । ସବଜେଲର କ୍ଷମତା ୧୬୪ ଜଣ ରହିବା ରହିଥିବା ବେଳେ ଏବେ ୨୧୭ଜଣ ରହିଛନ୍ତି ।