ସମଗ୍ର ଶିକ୍ଷା ଅଭିଯାନର ନୋଡାଲ ଅଫିସରଙ୍କୁ ବିଦାୟୀ ସମ୍ବର୍ଧନା ସଭା

0
91

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ନୋଡାଲ ଅଫିସର ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁଙ୍କୁ ବିଦାୟୀ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନାତା ସେନାପତିଙ୍କ ସଭାପତିତ୍ୱରେ ଅୟୋଜିତ ସମ୍ବର୍ଧନା ସଭାରେ ସମସ୍ତ କର୍ମଚାରୀ ଓ ଅଧିକାରୀ ନୋଡାଲ ଅଫିସରଙ୍କ ନିଷ୍ଠାପର କର୍ତ୍ତବ୍ୟ ପରାୟଣ କାର୍ଯ୍ୟ ଦକ୍ଷତାର ଗୁଣଗାନ କରିଥିଲେ । ଶ୍ରୀ ସାହୁ ଯେତେବେଳେ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭାବେ ଅତିରିକ୍ତ ଦାୟିତ୍ୱ ଏବଂ ପରବର୍ତୀ ନୋଡାଲ ଅଫିସର ଦାୟିତ୍ୱକୁ ସୂଚାର ରୂପେ ପରିଚାଳନା କରିଥିଲେ । ତାଙ୍କରି ଏଭଳି କାର୍ଯ୍ୟ ଦକ୍ଷତାକୁ କର୍ମଚାରୀଙ୍କ ପାଇଁ ଏକ ଅଭୁଲା ସ୍ମୃତି ରହିବ ବୋଲି ଆଲୋଚନା ହୋଇଥିଲା । ନୋଡାଲ ଅଫିସର ଶ୍ରୀ ସାହୁ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ୯ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ସମଗ୍ର ଶିକ୍ଷା ଅଭିଯାନର ଦାୟିତ୍ୱ ନେବା ପର ଠାରୁ ସେ ଶିକ୍ଷା ବିଭାଗ ଭଳି ଗୁରୁ ଦାୟିତ୍ୱ କ୍ଷେତ୍ରରେ ବେଶ ଅଭିଜ୍ଞତା ହାସଲ କରିଛନ୍ତି ବୋଲି କହିଥିଲେ । ଏହି ସମ୍ବର୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା ଅଭିଯାନର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା ଓ ନୀଲକଣ୍ଠ ସୁନ୍ଦରାୟ, ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଖଟେଇ, ତପନ କୁମାର ସାହୁ, ଡ.ସୋରଜ ମୋହନ ପାଳ, ସାବିତ୍ରୀ ବାଳା ଦାଶ, ଜ୍ୟୋତି ପ୍ରକାଶ ରଥଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here