
ଜୁନାଗଡ (ଓବି ନ୍ୟୁଜ୍)(ବିମଳ ଚନ୍ଦ୍ର ଶତପଥୀ) ; କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ ଠାରେ ନବନିର୍ମିତ ଉଦ୍ୟାନ ବିଭାଗ ପକ୍ଷରୁ ନଳ୍ପଚ୍ଛନ କøାଠାର ନିର୍ମାଣ ହୋଇଛି । କାର୍ଯ୍ୟାଳୟ ଚଳାଇବା ପାଇଁ ଅଧିକାରୀ ମଧ୍ୟ ନିଯୁକ୍ତି ପାଇଛନ୍ତି ହେଲେ ବିଡମ୍ବନା ଏହି ଯେ,କାର୍ଯ୍ୟାଳୟରେ ନା ରହିଛି ବିଦ୍ୟୁତ ବ୍ୟବସ୍ଥା ନା ରହିଛି ଗମନାଗମନ ବ୍ୟବସ୍ଥା । ନଳ୍ପଚ୍ଛନ କୋଠାଟି ଆକର୍ଶଣୀୟ ହୋଇଛି ସତ ହେଲେ କାର୍ଯ୍ୟାଳୟକୁ ଯିବା ପାଇଁ ଲୋକଙ୍କୁ କାଦୁଅ ରାସ୍ତାରେ ଯିବାକୁ ପଡୁଛି । କାର୍ଯ୍ୟାଳୟ ର ଚତୁଃପାଶ୍ୱର୍ରେ ଜମି ରହିଥିବାରୁ କାର୍ଯ୍ୟାଳୟଟି ଅନେକଙ୍କୁ ଫାର୍ମ ହାଉସ୍ ର ଭ୍ରମ ମଧ୍ୟ ସୃଷ୍ଠି କରୁଛି । ଧାନ ଚାଷୀ ହେଉ କି ପରିବା ଚାଷୀ ହେଉ କି ଅବା ଫୁଲ ଫଳ ଚାଷୀ ହେଉ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଚାଲିଛି । କୃଷି ବିଭାଗ ପରି ଉଦ୍ୟାନ ବିଭାଗ ମଧ୍ୟ ରହିଛି । ହେଲେ ବିଡମ୍ବନା ଏହି ଯେ,ଜୁନାଗଡରେ ଚାଲିଥିବା ଉଦ୍ୟାନ ବିଭାଗର କାର୍ଯ୍ୟାଳୟଟି ଉତ୍ତମ ପରିବେଷ ଭିତରେ ନିର୍ମାଣ ହୋଇଛି ଓ ବେଶ୍ ଆକର୍ଶଣୀୟ ମଧ୍ୟ ହୋଇଛି ହେଲେ କିନ୍ତୁ ଲୋକଙ୍କ ସେବାରେ ଲାଗିପାରୁନାହିଁ କାରଣ ଏଠି ରହିଛି ଅନେକ କର୍ମଚାରୀଙ୍କ ଅଭାବ । ଏପରିକି, କମ୍ପ୍ୟୁଟର ଅନ୍ୟାନ୍ୟ ଆସବାବ ପତ୍ର ଆଲମିରା ଭିତରେ ଶୋଭା ପାଉଛି କରାଣ ହେଲା ବିଦ୍ୟୁତ ସେବାର ଅଭାବ । ଏହି ବାବଦରେ ଉଚ୍ଚ ଅଧିକାରୀଙ୍କୁ ଜଣାଇଦିଆଯିବା ସହ ବିଦ୍ୟୁତ ବିଭାଗର ଅଧୀକାରୀଙ୍କୁ ମଧ୍ୟ ବାରମ୍ବାର ଜଣାଇଦିଆଯାଇଛି ତଥାପି କୌଣସି ସୁଫଳ ମିଳିନଥିବା କହିଛନ୍ତି ସହକାରୀ ଅଧୀକାରୀ ତନ୍ମୟ ମିଶ୍ର ।ଏହା ସହ ମଧ୍ୟ କହିଛନ୍ତି ସମସ୍ତ ପ୍ରକାର ଅସୁବିଧା ସହ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ଆମେ ଯତ୍ନବାନ ଅଛୁ । । ଏଣୁ ସମସ୍ୟାର ସମାଧାନ କରିବା ପାଇଁ ଚାଷୀମହଲ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ କରାଯାଇଛି ।