ଜିଲ୍ଲାପାଳଙ୍କ ଭିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା: ବିଭିନ୍ନ ପଂଚାୟତ ପରିଦର୍ଶନ

0
59

ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।ପରେ କଇଁଚାପୁର ପଂଚାୟତ ର ମାଳିଜଗନ୍ନାଥ ପୁର ଗ୍ରାମରେ ରହିଥିବା ପ୍ରାଚୀନ ଶୈବ ପୀଠ ବାବା ବାଲିଲୋକନାଥ ଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସର ଓ ମନ୍ଦିର ସଂମୁଖ ରେ ରହିଥିବା ଶିଶୁ ଉଦ୍ୟାନ ବୁଲିଦେଖିବା ସହ ମନ୍ଦିର ର ମୁଖ୍ୟରାସ୍ତା ପାଶ୍ୱର୍ରେ ବୃକ୍ଷ ରୋପଣ କରିଥିଲେ।

ପରେ କଲ୍ୟାଣପୁର ଗ୍ରାମକୁ ଯାଇ ଗ୍ରାମ ନିକଟରେ ଲକ୍ଷଣ ରେଡିଙ୍କ ନୂତନ ବାମ୍ଫି ଦେଖିବା ସହ ଚାଷ ସମ୍ପର୍କରେ ତାଙ୍କୁ ପଚାରି ବୁଝିବା ସହ
ବିଭାଘୀୟ ଅଧିକାରୀ ଙ୍କୁ ତାଙ୍କ ବକେୟା ଅର୍ଥ ପ୍ରଦାନ କରିବାକି ନିର୍ଦେଶ ଦେଇଥିଲେ। ସେଠାରୁ କଇଁଚାପୁର ପଞ୍ଚାୟତ ରେ ରହିଥିବା ବ୍ଲକ ଗ୍ରାଣ୍ଡ ଉଚପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନ ବାଡ଼ି କେନ୍ଦ୍ର କୁ ଯାଇ ଛାତ୍ର ଛାତ୍ରୀ ଓ କୋମଳମତି ଶିଶୁ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସ୍କୁଲ ପରିସରରେ ଚାରା ରୋପଣ କରିଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟ ରେ ନିର୍ମାଣ ଧୀନ ଭିଭିନ୍ନ ଗୃହ ଓ ବଡ କାଇଂଚ ପୁର ଗ୍ରାମର କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ।ସେଠାରୁ ହୁମ୍ମା ପଞ୍ଚାୟତ ର ବଳଧିଆଢି଼ଅ ଗ୍ରାମ କୁ ଯାଇ ଗ୍ରାମବାସୀଙ୍କୁ ପାଇଖାନା ନିର୍ମାଣ ନେଇ ଆଲୋଚନା କରିବା ସହ ଗ୍ରାମରେ ନୂତନ ହବେ ନିର୍ମାଣ ହେଉଥିବା ପାଇଖାନା ନିର୍ମାଣ ଶୈଳୀ ଦେଖିଥିଲେ।ଶେଷରେUDS ପୁର ପଞ୍ଚାୟତ ର ନନ୍ଦନା ପାଳି ଗ୍ରାମରେ ନିର୍ମାଣ ହେଉଥିବା ବିଭିନ୍ନ ଗୃହ ଗୁଡିକୁ ବୁଲି ଦେଖିଥିଲେ।

ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବ୍ଲକ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ ,ଆସିଷ୍ଟାଣ୍ଡ ଏକ୍ୟୁଜୁଟିଭ ଇଞ୍ଜିନିୟର ପର୍ଶୁରାମ ସେଠୀ, ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ଜନ ପ୍ରତିନିଧି,ବାଲି ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବନମାଳି ରେଡି,କବିରାଜ ମହାପାତ୍ର,ରୁଷିକୂଲ୍ୟା ରୟତ ମହାସଂଘ ସମ୍ପାଦକ ସୀମାଞ୍ଚଳ ନାହାକ, ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here