ବେଗୁନିଆପଡ଼ା ବ୍ଲକରେ ଜୁଲାଇରେ ୨୩୮ ମି ମି ବର୍ଷା

0
41

୩୫୦୦ ହେକ୍ଟର ଜମିରେ ଧାନ ରୁଆ ଓ ବୁଣା ସରିଛି
୩ ଟି ଯୋଜନାରେ ୨୫୦ ହେକ୍ଟର ପାଇଁ ଧାଡ଼ି ରୁଆ
୩ ଲକ୍ଷ ୩୧ ହଜାର କ୍ୱିଣ୍ଟାଲ ଧାନ ଅମଳ ଲକ୍ଷ୍ୟ

ବେଗୁନିଆପଡ଼ା (ଓବି ନ୍ୟୁଜ): ଚଳିତ ବର୍ଷ ବର୍ଷା ଦିନ ଚାଲିଥିବା ବେଳେ ଚାଷୀ ଧାନ ଚାଷ କାମରେ ମନ ଦେଇ ଅଧିକ ଅମଳ ପାଇଁ ଆଶା ରଖିଛି । ଗତ ଜୁନ ମାସ ଶେଷ ସୁଦ୍ଧା ୧୫୮.୮୦ ମି ମି ବର୍ଷା ହୋଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୨୩୮. ୨୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସମଗ୍ର ବେଗୁନିଆପଡ଼ା ବ୍ଳକର ୨୩ ଟି ପଞ୍ଚାୟତ ଓ କୋଦଳା ଏନ୍ ଏ ସି ରେ ମୋଟ ୧୦୭୫୫ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ଆଜି ସୁଦ୍ଧା ମାତ୍ର ୩୫୦୦ ହେକ୍ଟର ଧାନ ଜମିରେ ବୁଣା ଓ ରୁଆ କାମ ସରିଛି କ୍ଷ ଆଉ ୭୨୫୫ ହେକ୍ଟର ଜମିରେ ଚାଷ କାମ ହେବାକୁ ବାକି ରହିଛି କ୍ଷ ଧାନ ଫସଲକୁ ଛାଡି ୭୨୯୫ ହେକ୍ଟର ଜମିରେ ଅଣଧାନ ଫସଲ ହେବାକୁ ଥିବା ବେଳେ ବର୍ତ୍ତମାନ୍ ୩୭୨୮ ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ସରିଛି । ବ୍ଲକର ମୋଟ ୧୮୦୫୦ ହେକ୍ଟର ଜମିରୁ ୧୩୩୨୪ ହେକ୍ଟର ଜମି ଜଳସେଚିତ ହୋଇଥିବା ବେଳେ ୪୭୨୬ ହେକ୍ଟର ଜମି ଅଣ ଜଳସେଚିତ ଅଟେ । ଏହି ଜଳସେଚିତ ଜମି ଗୁଡିକ ମଧ୍ୟରୁ ଶାଳିଆ କେନାଲ ଦ୍ଵାରା ୨୦୦୦ ହେକ୍ଟର ଜମି ଜଳସେଚିତ ହେଉଥିବା ବେଳେ ଆଉ ୧୧୩୨୪ ହେକ୍ଟର ଜମି ନଦୀ ଜଳ ଓ ଉଠା ଜଳସେଚନ ଉପରେ ନିର୍ଭର କରିଥାଏ । ଏହା ସହିତ ବର୍ଷା ଦିନେ ଏ ସବୁ ଜଳସେଚିତ ଜମି ସହିତ ୪୭୨୬ ହେକ୍ଟର ଜମି ବର୍ଷା ଧାରା ଉପରେ ନିର୍ଭର କରିଥାଏ । ଏ ବର୍ଷ ବିଳମ୍ବରେ ବର୍ଷା ହୋଇଥିବା ଯୋଗୁଁ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାଷୀ ଏବେ ଜୋରଦାର ଚାଷ କାମରେ ବ୍ୟସ୍ତ ରହୁଛନ୍ତି । ଚଳିତ ବର୍ଷ ସରକାରୀ ଓ ବେସରକାରୀ ସ୍ତରରେ ୩୦୦୬ କ୍ୱିଣ୍ଟ।ଲ୍ ଧାନ ବିହନ ବିକ୍ରି କରାଯାଇଥିବା ବେଳେ ଚାଷୀଙ୍କୁ ସ୍ଵର୍ଣ୍ଣ ସବ – ୧,ଏମ୍ ଟି ୟୁ- ୭୦୨୯, ଏମ୍ ଟି ୟୁ -୧୦୬୪, ୧୦୭୫, ଆର୍ ଜୀ ଏଲ୍ -୨୫୩୭, ବି ପି ଟି -୩୨୯୧, ବୀଣା -୧୧,ପୂଜା ଆଦି ବଳିଷ୍ଠ କିସମର ଧାନ ଦିଆ ଯାଇଛି । ବ୍ଲକରେ ପୂର୍ବ ଭାରତର ସବୁଜ ବଳୟ ଯୋଜନା ରେ ୧୦୦ ହେକ୍ଟର ଧାନ ଜମିରେ ଧାଡ଼ିରୁଆ ପଦ୍ଧତିରେ କୃଷି ବିଭାଗ ପକ୍ଷରୁ ଧାନ ଚାଷ କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ରାଜ୍ୟ ଯୋଜନା ରେ ୧୦୦ ହେକ୍ଟର ଓ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ୫୦ ହେକ୍ଟରକୁ ମିଶାଇ ମୋଟ ୨୫୦ ହେକ୍ଟର ଜମିରେ ଧାଡ଼ିରୁଆ ପଦ୍ଧତିରେ ଧାନ ଚାଷ କରିବା ପାଇଁ ଯୋଜନା ରହିଛି ବୋଲି ଅତିରିକ୍ତ କୃଷି ଅଧିକାରୀ ଶୁଭଶ୍ରୀ ଜେନା ପ୍ରକାଶ କରିଛନ୍ତି । ଗତ ବର୍ଷ ଧାନ ଅମଳ ଲକ୍ଷ୍ୟ ହେକ୍ଟର ପ୍ରତି ୩୨ କୁଇଣ୍ଟାଲ ଥିବା ବେଳେ ଚଳିତ ବର୍ଷ ମୋଟ ଜମିରୁ ପାଖାପାଖି ୩,୩୧,୫୦୦ କୁଇଣ୍ଟାଲ ଧାନ ଅମଳ ରଖାଯାଇଛି ବୋଲି ବେଗୁନିଆପଡ଼ା କୃଷି ବିଭାଗ ତରଫରୁ ସୂଚନା ମିଳିଛି । ଜୁନ ଓ ଜୁଲାଇ ମାସରେ ବର୍ଷାର ତାରତମ୍ୟ ଯୋଗୁଁ ଓ ବିଳମ୍ବ ହେଉଥିବାରୁ ଚାଷ ରେ ସାମାନ୍ୟ ବିଳମ୍ବ ଦେଖାଦେଇଥିବା ବେଳେ ବର୍ତ୍ତମାନ୍ ଲଘୁଚାପ ଜନିତ ବର୍ଷା ଚାଷ ପାଇଁ ପାଗ ବାନ୍ଧିଛି । ପାଗ ଯଦି ଅନୁକୂଳ ରହେ ତେବେ ଧାନ ଅମଳ ଲକ୍ଷ୍ୟ ଗତ ବର୍ଷ ଠାରୁ ଅଧିକ ହେବାର ଆଶା ବିଭାଗ ରଖିଛି । ସେପଟେ ଶାଳିଆ କେନାଲରେ ଯେଉଁ ପାଣି ଶାଳିଆ ଡ୍ୟାମ୍ ରୁ ଆସୁଛି ତାହା ବାଟରେ ଅଯଥାରେ ଅପବ୍ୟୟ ହେଉଥିବା ଯୋଗୁଁ ତଳ ମୁଣ୍ଡରେ ଥିବା ଏସ୍ . ଛଛିନା ଓ କେ ବରିଡ଼ା ଚାଷୀ ଠିକରେ ପାଣି ପାଉନଥିବା ଅଭିଯୋଗ ହେଉଛି । ଶାଳିଆ କେନାଲର ପରିଷ୍କାର ଓ ପୁନରୁଦ୍ଧାର ପାଇଁ ଅଜସ୍ର ଅର୍ଥ ଆସୁଥିବା ବେଳେ ତାହା ବାଟମାରଣା ହେବା ଯୋଗୁଁ ଶାଳିଆ କେନାଲର ରକ୍ଷଣାବେକ୍ଷଣ ତ ଦୂରର କଥା ବରଂ ସଫା ହୋଇପାରୁନାହିଁ । ଏହା ସହିତ କ।ଡ଼ା ବିଭାଗ ପକ୍ଷରୁ ନିର୍ମିତ ଛୋଟ ଶାଖା କେନାଲ ମଧ୍ୟ ମଇଳା ଜମି ବନ୍ଦ ହୋଇଥିବା ଯୋଗୁଁ ଜମିକୁ ପାଣି ଯୋଗାଣ ଠିକ୍ ଭବରେ ହୋଇପାରୁନଥିବା ଅଭିଯୋଗ ହେଉଛି । କୃଷି ବିଭାଗ ପକ୍ଷରୁ ଚାଷିଙ୍କୁ ଅଧିକ ପ୍ରୋସାହନ ଯୋଗାଇ ଚାଷ ପାଇଁ ଉତ୍ତମ ତଥ୍ୟ ଦେବା ଆବଶ୍ୟକ ହୋଇଛି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here