ହିଞ୍ଜିଳି ପୁଲିସର ଜୁଆ ଆଡ୍ଡା ଚଢଉ: ୪୮ ହଜାର ଜବତ, ୫ ଗିରଫ

0
26

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର ପାତ୍ର) : ହିଞ୍ଜିଳିକାଟୁ ଥାନା ନିସ୍ତିପୁର ଗ୍ରାମ ନିକଟସ୍ଥ ମାର୍କଣ୍ଡେଶ୍ୱର ପାହାଡ଼ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳିକାଟୁ ପୁଲିସ ବୁଧବାର ଚଢଉ କରିଥିଲା । ସେଠାରୁ ୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪୮ ହଜାର ଟଙ୍କା, ୩ ବାଇକ ଜବତ କରିଛି ପୁଲିସ। ଗିରଫ ୩ଜଣ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଓ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ା ଗ୍ରାମର ବୋଲି ପୁଲିସ କହିଛି । ଏନେଇ ଥାନାରେ କେଶ ନମ୍ବର ୧୯୩/୧୯ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here