ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
46

ବ୍ରହ୍ମପୁର (ଓବି ନ୍ୟୁଜ): ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ନୂତନ ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି । ଶ୍ରୀ ରାଉତରାୟ ବ୍ରହ୍ମପୁର ବିଡିଏ ସେକ୍ରେଟାରୀ ସମ୍ବିତ କୁମାର ରାଉତଙ୍କୁ ଭାରପ୍ରାପ୍ତ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳ ଶ୍ରୀ ରାଉତରାୟ ଜଣେ ସଚ୍ଚୋଟ, କର୍ତବ୍ୟନିଷ୍ଠ ତଥା ଆଦର୍ଶବାଦୀ ପ୍ରଶାସନିକ ଅଧିକାରୀ ଭାବେ ବେଶ୍ ସୁପରିଚିତ । ବ୍ରହ୍ମପୁର ଉପଖଣ୍ଡସ୍ତରୀୟର ଭଲ ପ୍ରଶାସନିକ ଅଧିକାରୀ ଭାବେ ସୁଚାରୁ ରୂପେ କର୍ତବ୍ୟ ସମ୍ପାଦନ କରିଛନ୍ତି । ତାଙ୍କ ସରଳ ଓ ଅମାୟିକ ବ୍ୟବହାର ପାଇଁ ଶ୍ରୀ ରାଉତରାୟ ସମସ୍ତ କର୍ମଚାରୀଙ୍କ ନିକଟତର ହୋଇପାରିଥିଲେ । ଏହି ସମ୍ବର୍ଦ୍ଧନାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ କର୍ମଚାରୀମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here