ଗଜପତି ଜିଲ୍ଲା ପୁଲିସର ୨୦ଦିନିଆ ପ୍ରଶିକ୍ଷଣ ତାଲିମ ଶିବିର

0
67

ପାରଳାଖେମୁଣ୍ଡି (ଓବି ନ୍ୟୁଜ)(କୃଷ୍ଣ ବେହେରା) : ଗଜପତି ଜିଲ୍ଲା ପୁଲିସ ତରଫରୁ ପ୍ରଶିକ୍ଷଣ ତାଲିମ ଗଜପତି ଜିଲ୍ଲା ଶାରିରୀକ ଦକ୍ଷତା ଛାତ୍ରଛାତ୍ରୀମାନଙ୍କୁ ନେଇ ୨୦ ଦିନିଆ ତାଲିମ ଅନୁଷ୍ଠିତ ହୋଇଛି । ଏହି ତାଲିମ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦିଆଯିବ ଯଦ୍ୱାରା ଛାତ୍ରଛାତ୍ରୀମାନେ ଆର୍ମି, ନେଭୀ, ଏୟାରପୋର୍ସ ପୁଲିସରେ ନିଯୁକ୍ତି ପାଇବାରେ ସକ୍ଷମ ହୋଇପାରିବେ ।
ଏହିପରି ତାଲିମ କରିଥିବାରୁ ଛାତ୍ରଛାତ୍ରୀ ମାନେ ଗଜପତି ଏସପି ସାରା ଶର୍ମାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ତାଲିମ ଶିବିରରେ ଏସପି ସାରା ଶର୍ମା, ଡିଏସପି ପ୍ରକାଶ ଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here