ଫେରାର ବାଇକ ଚାଳକକୁ ଗିରଫ କଲା ପୋଲିସ

0
41

ଦିଗପହଣ୍ଡି:(ଓବି ନ୍ୟୁଜ)(ଶିବ ପ୍ରସାଦ ରଥ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଗତ ୧୦ ତାରିଖ ମଙ୍ଗଳବାର ଦିନ ବାଇକ ଧକ୍କାରେ ହୋଟେଲ କର୍ମଚାରୀଙ୍କ ମୃତ୍ୟୁ ଘଟଣା ମାମଲାରେ ଫେରାର ଥିବା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରାଇଝୋଳ ଗ୍ରାମର ପି. ଈଶ୍ୱର ରାଓଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏନେଇ ଥାନା କେସ୍ ନମ୍ବର ୧୨୬/୧୯ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି। ଖବରପ୍ରକାରେ , ଗତ ମଙ୍ଗଳବାର ଦିନ ରାତି ପ୍ରାୟ ୮ଟାରେ ଦିଗପହଣ୍ଡି ପୁଞ୍ଜିକୟା ଛକ ନିକଟ ପେଟ୍ରୋଲପମ୍ପ ଠାରେ ଏକ ବାଇକ ଧକ୍କା ଦେବାଫଳରେ ଦିଗପହଣ୍ଡି ଫୁଲସୁନ୍ଦରୀ ସାହି ବାସିନ୍ଦା ଚେରୁ ବେହେରାଙ୍କ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ବାଇକଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମଙ୍ଗଳବାର ସକାଳେ ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ଜଣଙ୍କ ଘରେ ଥିବା ଖବରପାଇ ଘରେ ଚଢ଼ାଉ କରି ଅଭିଯୁକ୍ତ ଈଶ୍ୱରଙ୍କୁ ଗିରଫ କରିଥିବା ତଦନ୍ତ କାରୀ ପୋଲିସ ଅଧିକାରୀ ଦିଲୀପ କୁମାର ସାହୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here