ମହୁଲ ପାହାଡ଼ରେ ବିସ୍ଫୋରଣ: ଜଣେ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ

0
150

ସାନଖେମୁଣ୍ଡି (ଓବି ନ୍ୟୁଜ)(ସନ୍ତୋଷ କୁମାର ଦାଶ) :ଦିଗପହଣ୍ଡି ତହସିଲ ଭୁଷ୍ମଗିରି ରାଜସ୍ୱ ସର୍କଲ ଅନ୍ତର୍ଗତ ମହୁଲ ପାହାଡ଼ରେ ପଥର ଫୁଟାଇବା ସମୟରେ ପ୍ରଚଣ୍ଡ ବିସ୍ପୋରଣ । ବିସ୍ପୋରଣ ଏତେ ଅଧିକ ଥିଲା ଯେ ନିକଟବର୍ତୀ ଗ୍ରାମ ଜୁଆଣପଲ୍ଲୀ, ପାସିବନ୍ଧ, ବାଲିପାଟ୍ଟ, ଖାରିସାହି, ବାବୁଲିବନ୍ଦ ଗାଁ ଥରି ଉଠିଥିଲା ।
ଏହି ସମୟରେ ବାଇକରେ ସେହି ରାସ୍ତା ଦେଇ ଯାଉଥିବା ଭୀଷ୍ମଗିରି ସମବାୟ ସମିତି ସଭାପତି ମନୋଜ ସାହୁ ସେହି ଶଦ୍ଦରେ ବାଇକରୁ ପଡ଼ି ଅଚେତ ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପାଟପୁର ଆଇଆଇସି ରମେଶ ଚନ୍ଦ୍ର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଂଚିଥିଲେ । ଘଟଣା ସ୍ଥଳରେ ଚଢଉ କରିଥିଲେ । ପୁଲିସକୁ ଦେଖି ପାହାଡ଼ ଫୁଟାରେ ନିୟୋଜିତ ସମସ୍ତ ଶ୍ରମିକ ଛତ୍ରଭଙ୍ଗ ଦେଇ ଦୌଡ଼ି ପଳାଇଥିଲେ । ଘଟଣା ସ୍ଥଳରୁ ଭୀଷ୍ମଗିରି ଗ୍ରାମର ରଜନୀ ପଣ୍ଡାଙ୍କ୍ୁ ପୁଲିସ ଗିରଫ କରିଛି । ସେଠାରେ ୪୦ଟି ଡ଼ିଟେନେଟର, ୧୫ କିଲୋ ୟୁରିଆ, ୫ଲିଟର ଡ଼ିଜେଲ ସହ କୋଡ଼ି, ଶାବଳ, ହାତୁଡ଼ି ଆଦି ଜବତ କରିଥିଲେ ।
ଏହି ପାହାଡ଼ରେ ବେଆଇନ ବିସ୍ଫୋରଣ ହେଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ଫଳପ୍ରଦ ହେଉନଥିଲା ବୋଲି ଜୁଆଣପଲ୍ଲୀ ଗ୍ରାମବାସୀ କହିଛନ୍ତି । ତହସିଲଦାର ଅଦୈତ୍ୟ ପ୍ରସାଦ ସ୍ୱାଇଁ କହିଛନ୍ତି ଏହି ଘଟଣା ସଂପର୍କରେ ସେ ଅବଗତ ଅଛନ୍ତି । ଖୁବ ଶୀଘ୍ର ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୋଲି କହିଛନ୍ତି । ଏନେଇ ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପାହାଡ଼ର ସୁରକ୍ଷା ଦିଗରେ ପଦକ୍ଷେପ ନନେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here