ଏଣିକି ଅଯୋଗ୍ୟଙ୍କୁ ମିଳିବନି କାଳିଆ ଟଙ୍କା, ୫ରୁ ସଂଶୋଧନ ପ୍ରକ୍ରିୟା

0
25

ଭୁବନେଶ୍ୱର(ଓବି ନ୍ୟୁଜ୍): ଏଣିକି ଅଯୋଗ୍ୟଙ୍କୁ ମିଳିବନି କାଳିଆ ଯୋଜନାରେ ଟଙ୍କା । ଯେଉଁ ବ୍ୟକ୍ତି ଯୋଗ୍ୟ ନୁହନ୍ତି, ସେମାନଙ୍କ ନାମ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ତାହା କଟିଯିବ । ଆସନ୍ତା ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିବ । ଏନେଇ ମଙ୍ଗଳବାର ସ୍ଥାନୀୟ କୃଷିଭବନ ଠାରେ ଆୟୋଜିତ କାଳିଆ ଯୋଜନା ସମ୍ପର୍କିତ କର୍ମଶାଳାରେ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ଏହି କର୍ମଶାଳାରେ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ନିର୍ଭୁଲ ହିତାଧିକାରୀ ତାଲିକା ପ୍ରକାଶ ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କୌଣସି ତୃଟି ଦେଖାଗଲେ ଅଧିକାରୀ ଦାୟି ରହିବେ ବୋଲି ମଧ୍ୟ କହିଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ସହାୟତା ଯୋଗାଇଦେବା ଲକ୍ଷରେ ୨୦୧୮ ଡିସେମ୍ବରରେ ସରକାର ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here